ପହିଲି ବରଷା ବୃନ୍ଦାବନ କୁମ୍ଭାର ଜୁଲାଇ: ୨୦୨୬ Canonical: https://sishu.kabitawithoutborders.org/shishu/article_details-348ed6f27c.html ପହିଲି ବରଷା ଆଷାଡ ମାସେ ଚାଷୀ ଚାଷ କରି ମୁରୁକି ହସେ। ବିଲେ ମାତି ଥାନ୍ତି ସାଜ ସଜ୍ଜା ରେ ସକାଳୁ ସନ୍ଧ୍ୟା ରହିକି ମଜାରେ। ଆଷାଡେ ହୁଅଇ ରଥ ଯାତରା ରାଜା ଦେଉଥାନ୍ତି ଛେରା ପହରା। ରଶିଟାଣି ଭକ୍ତେ ଲଭି ମୁକତି ଜୀବନେ ଲଭନ୍ତି ଅପୂର୍ବ ଶାନ୍ତି। ଏହି ମାସେ ପଡ ଇ ନେତ୍ରୋତ୍ସବ ପୁଣି ନବଯୌବନ ଦେଖା ହେବ। ଏଣେ ତେଣେ ମାଟି ଓଦା ହୁଅଇ ଶୀତଳ ପବନେ ଖୁସି ଲାଗ ଇ। ଆମେ ଶିଶୁ କୁଳ ଏକାଠି ମିଶି ଡଙ୍ଗା ଭସାଇବା ହୋଇକି ଖୁସି। ପଢା ବେଳେ ପାଠ ପଢିବା ନିତି ଖେଳ ବେଳେ ଖେଳି ଲିଭିବାଶାନ୍ତି। ∎ ଟିଟିଲାଗଡ଼,ବଲାଙ୍ଗୀର