ନୂଆ ଵରଷ ଡକ୍ଟର ସୁନାମଣି ରାଉତ ଜାନୁଆରୀ: 2026 Canonical: https://sishu.kabitawithoutborders.org/shishu/article_details-336d9072ce.html ନୂଆ ଵରଷ ଆସିଛି ହେଇ ପୂରୁଣା ଗଲା ମେଲାଣି ନେଇ ଲୁଚିଵ ତା`ର ନାଁ ନୂଆ ଵରଷେ ହସି ଉଠିବ ତୋଟା ପଡିଆ ଗାଁ। ଆସରେ ସାଥି ଖୁସିରେ ମାତି ଭୁଲି ଆମର ଧରମ ଜାତି ହୋଇବା ସବୁ ଏକ ଵଇରି ସାଥେ ଲଢେଇ କରି ରଖିଵା ଦେଶ ଟେକ । ମନ ଲଗାଇ ପଢ଼ିବା ପାଠ ହୋଇବା ଆମେ ବଢିଆ ଚାଟ ଭଲ ମଣିଷ ହେବା ଭୋକିଲା ମୁହେଁ ଆହାର ମୁଠେ ଶୋଷୀକୁ ପାଣି ଦେଵା। ଆଜି ତ ଆମେ ଛୋଟିଆ କଢ କାଲିକି ଫୁଟି ହୋଇଵୁ ବଡ଼ ଵିତରି ଦେଵା ବାସ ନୂଆ ଵରଷେ ମନ ହରଷେ ଶପଥ ନେଵା ଆସ। ∎ ରାଜାଵଗିଚା,କଟକ-୯ ମୋ-୯୪୩୭୧୯୨୮୯୦