ମୋ ଗାଁ ନାଟ୍ୟ ଗୌରବ ବିଭୂତି ପଟ୍ଟନାୟକ ସେପ୍ଟେମ୍ବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-332a4b92e5.html ଗାଁଟି ମୋର ଭାରି ବଢିଆ ଗାଁ ମୁଣ୍ଡରେ ଟୁବି ଗାଡିଆ କାଚକେନ୍ଦୁର ପାଣି ଠାକୁରଦେଖି ଭକତମାନେ ମନେ ହୁଅନ୍ତି ଗୁଣି। ମୋ ଗାଁ ଚାରିପଟରେ ନଈ ବରଷା ଦିନେ ଫୁଲିଉଠଇ ଅକାତ କାତ ପାଣି ଡୁବେଇଦିଏ କ୍ଷେତ ବାଡିକୁ ଚାଷି ଙ୍କୁ କରେ ଋଣି । ମୋ ଗାଁ ଛୋଟ କଥାଟା ମୋଟ ମୋ ଗାଁ ଦିଅଁ ଯଶ ରୋଗବ୍ୟାଧି ରୁ ଉଦ୍ଧାରେ ସିଏ ଦୁଃଖ କୁକରେନାଶ। ଅନନ୍ତ କାଳୁ ଖ୍ୟାତ ଏ ଗାଁ କଳା ସାହିତ୍ୟେ ପଡଇନାଆଁ ଛୋଟରେମୋଟ ଭାବ ମନରେ ନାହିଁ ଗରବ କାର ପର ଆପଣା ଭାବ। ସେହି ଗାଁ ରେ ଜନମ ମୋର କେହି ମୋ ନାହିଁ ଆପଣା ପର ବୈଦ୍ୟନାଥ ସାହା ତାଙ୍କରି କ୍ରୁପା ଲଭିବା ପାଇଁ ପାଇଛି ମୁଁ ତ ରାହା । କଳା ସାହିତ୍ୟ ସମାଜସେବା ଦେଶସେବା ରେ ସମୟଦେବା ଜୀବନେ ବ୍ରତକରି ଶେଷଜୀବନଯାଉମୋ ବିତି ସଦା ସୁମରି ହରି । ∎ ବୈଦ୍ଯ ନାଥ ପାଟଣା କଣାସ, ପୁରୀ ୮୮୯୫୩୦୦୩୯୫