ମାଆ ପାଇଁ ଦିନଟିଏ ଗୀତ ଟିଏ ଗାଆଟି ମିନତି ପଟ୍ଟନାୟକ ଜୁନ: ୨୦୨୫ Canonical: https://sishu.kabitawithoutborders.org/shishu/article_details-328183f1b9.html ଗଛ ଆମ ମାଆଟି ତାପାଇଁ ସୁନ୍ଦର ଦିଶେ ଆମ ଟିକି ଗାଆଁ ଟି। ଗଛ ଆମ ମାଆଟି ତା କୋଳେ ଆନନ୍ଦେ ଖେଳୁ ହସିହସି ଆହାଟି। ଗଛ ଆମ ମାଆଟି ପଣତ କାନି ମେଲାଇ ଡାକୁଥାଏ ଆଆଟି। ଗଛ ଆମ ମାଆଟି ତାଆପାଇଁ ବୋହୁଥାଏ ସୁଲୁସୁଲୁ ବାଆ ଟି। ଗଛ ଆମମାଆଟି ଫୁଲ ଦିଏ ଫଳ ଦିଏ ହୁଏ ପୁଣି ସାହାଟି। ଗଛ ଆମ ମାଆଟି କାଠ ଦିଏ ପତ୍ର ଦିଏ ଚେରମୂଳ ଯାହାଟି। ଗଛ ଆମ ମାଆଟି ଖରାବେଳେ ଛାଇ ଦିଏ ଦିଏ ପୁଣି ରାହା ଟି। ଗଛ ଆମ ମାଆଟି ତା କାଠରେ ଗଢା ହୁଏ ନଈକୂଳ ନାଆଟି। ଗଛ ଆମ ମାଆଟି ପାହାଡ ଜଙ୍ଗଲ ଦିଶେ କି ସୁନ୍ଦର ଆହାଟି। ଗଛ ଆମ ମାଆଟି ତାପାଇଁ ସବୁଜ ଧରା ପ୍ରୁଥିବୀର ନାଆଁ ଟି। ଗଛ ଆମ ମାଆଟି ତାପାଇଁ ଆନନ୍ଦ ମନେ ଗୀତଟିଏ ଗାଆଟି । ଗଛ ଆମ ମାଆଟି । ∎ ନୀଳଚକ୍ର ନଗର ଅଠରନଳା, ପୁରୀ -୨ ୯୩୩୭୬୯୬୨୨୭