ପଳା ରେ ଶୀତ ପଳା ଧନଞ୍ଜୟ ସ୍ୱାଇଁ ମାର୍ଚ୍ଚ: ୨୦୨୫ Canonical: https://sishu.kabitawithoutborders.org/shishu/article_details-312da596ba.html ପଳାରେ ଶୀତ ପଳା ଗୀତ ଗାଇଲା ଭୋଳା ଶୀତ ଲୁଗା ମୋ ରଖି ଦେବାକୁ ବୋଉ ଦେଲାଣି ଖରା ପଳା ରେ......(୦) ଟାଣ ହୋଇନି ଖରା ଭାସୁନି ମେଘ ଭେଳା ଫସଲ ଆମ ଅମଳ ହେବ ଲିପା ହେଲାଣି ଖଳା ପଳା ରେ...(୧) ଗାଁ ମନ୍ଦିର ବେଢ଼ା ହେଲାଣି ରଂଗ ମରା ଆଗକୁ ଏବେ ଆସୁଛି ଆମ ଗାଁ ଜାଗର ମେଳା ପଳା ରେ ଶୀତ..(୨) କଷି ବଉଳ ଧରି ପବନ ବାସେ ଭାରି କୋଇଲି କୁହୁ ଗୀତର ମହୁ ଫଗୁଣ କହି ଗଲା ପଳା ରେ ଶୀତ..(୩) ମନ ଲୋଡ଼ିଲା ଲସି ପଙ୍ଖା ପବନ ଏସି ତବତ ଭାତ ଗରମ ଚା ତୁଣ୍ଡକୁ ନ ରୁଚିଲା ପଳା ରେ ଶୀତ..(୪) ପବନେ ହଲି ହଲି ଫୁଲ ଖେଳିଲା ଦୋଳି ତା ଦେଖି କୁନି ପରଜାପତି ଗୀତଟେ ଗାଇଦେଲା ପଳା ରେ ଶୀତ (୫) ମୁଣ୍ଡେ ଗାମୁଛା ବାନ୍ଧି କଳା ଚଷମା ପିନ୍ଧି ଛତା ଓ ପାଣି ବୋତଲ ଥିଲେ ଡରାଇବନି ଖରା ପଳା ରେ ଶୀତ..(୬)।। ∎ ମୋ – ୯୪୩୭୦୦୦୬୩୬