ଭକତି ଭାବେ ପୂଜିବି ମୁହିଁ ସୁଜିତ କୁମାର ମିଶ୍ର ଅଗଷ୍ଟ: ୨୦୨୬ Canonical: https://sishu.kabitawithoutborders.org/shishu/article_details-2fdb616cf6.html ଜଗତର ସେ ବଡ ଠାକୁର ସିନା ସେ ଅଧାଗଢା, ଆମ ଜୀବନ ମୁକତି ପଥେ ତାଙ୍କ ଆଶିଷ ଲୋଡା । ଦେଖୁଛନ୍ତି ସେ ସାରା ସଂସାର ମୁରୁକି ହସି ହସି, ଭକତ ଲୁହ ପୋଛୁଛନ୍ତି ସେ ଭାବରେ ଦିବାନିଶି । ସାଗର ନଈ ଯାଆନ୍ତି ବହି ଖୁସି ଓ ଆନନ୍ଦରେ, ସୂରୁଜ ଚନ୍ଦ୍ର ଆକାଶେ ଉଭା ତାଙ୍କରି ଇଙ୍ଗିତରେ । ବରଷେ ଥରେ ବଡଦାଣ୍ଡକୁ ଆସନ୍ତି ଘୋଷଯାତେ, ସୁଖଦୁଃଖରେ ରହନ୍ତି ସିଏ ଭକତ ଜନ ସାଥେ । ଏମିତି ଦିଅଁ ଦେଖିଛ କାହିଁ ନିଜ ଆସ୍ଥାନ ଛାଡି, ଆସନ୍ତି ଯିଏ ଆଷାଢ଼ ଶୁକ୍ଳେ ବଡଦାଣ୍ଡକୁ ମାଡି । ହୁଅନ୍ତି ବିଜେ ସୁନାବେଶରେ ଦିଶନ୍ତି ଝଲମଲ, ମନେ ହୁଅଇ ମର୍ତ୍ତ୍ୟେ ଆସିଛି ସୁଖର ମଧୁକାଳ । ତୁମ ଅପୂର୍ବ ବଡପଣର ନାହିଁ ତ ପଟ୍ଟାନ୍ତର, ଭକତି ଭରେ ପୂଜିବି ମୁହିଁ ଅନ୍ତରୁ ନିରନ୍ତର । ∎ ଜନାର୍ଦ୍ଦନପୁର ଶାସନ କେନ୍ଦୁଝର ୭୬୮୩୮୬୭୭୪୨