ମାଆ ଆମ ସାହା କବିଜ୍ୟୋତି ନିରଞ୍ଜନ ପତି ନଭେମ୍ବର : ୨୦୨୪ Canonical: https://sishu.kabitawithoutborders.org/shishu/article_details-2e62baa0b0.html `ମା` ରୁ ମାଟି ଓ `ଆ` ରୁ ଆକାଶ ସେହିପରି ଆମ ମାଆ, ଏଇ ଦେହ ପାଳି ପୋଷି ବଢାଇଚି ବିପଦରେ କହି ଆହା । ମାତା କେବେ ହେଲେ କୁମାତା ନହୁଏ ହେଉ କୁପୁତ୍ର , କୁକନ୍ୟା, ମାଆ ଋଣ ଏଇ ଜୀବନେ ଅସୁଝା ସଂସାରେ ସେ ଏକା ଧନ୍ୟା । ସହେ ଆମ ଗାଳି ଅଳି ଅରଦଳି ଶିଖାଇ ଥାଏ ସେ ଭାଷା, ଅନିଦ୍ରା ରହି ସେ ସେବା କରି ଥାଏ ଆମ ଭଲ କରେ ଆଶା । ମାଆ,ବୋଉ ଛାର ମଣିଷ ଟେ ନୁହେଁ ସିଏ ତ ପ୍ରକୃତ ଦେବୀ, ପାଇ ତା` ଆଶିଷ ଆମେ ତ ମଣିଷ ତା` ପଦ ଯୁଗଳ ସେବି । ପେଇ ଥନ କ୍ଷୀର ଅମୃତର ଧାର ଟାଣ କରିଚି ଏ ଦେହ, ଜୀବନରେ ସବୁ ଭୁଲି ଯାଇ ହୁଏ ଅଭୁଲା ମାଆର ସ୍ନେହ । ଆମ ପାଇଁ ସିଏ ବଡ଼ ଡାକତର ବଡ଼ ରାନ୍ଧୁଣିଆ ହୁଏ, ମହାନ ସେବିକା ଜୀବନେ ଧାବିକା ରକ୍ଷା କାରୀ ପରା ସିଏ । ସମସ୍ତଙ୍କ ଗୁଣ ବଖାଣି ହୁଅଇ ତାଗୁଣ ସରେନି କେବେ, ସିଏ ଅନ୍ତର୍ଯ୍ୟାମୀ ତା` ପଦକୁ ନମି ଶ୍ରଦ୍ଧାଞ୍ଜଳି ଦିଏ ଏବେ । ତାକୁ ଭୁଲିବିନି କେବେ । ∎ ଗାନ୍ଧୀ ମାର୍ଗ, ଅନୁଗୋଳ ମୋ-୯୯୩୮୧୩୩୫୫୯