ରଙ୍ଗ ପରବ ଲକ୍ଷ୍ମୀଧର ନାୟକ ମଇ: ୨୦୨୬ Canonical: https://sishu.kabitawithoutborders.org/shishu/article_details-2e5f7e3cc2.html ରଙ୍ଗ ପରବ ଆସିଛି ହୋଲି ରଙ୍ଗର ପସରା ଧରି, ଆସରେ ପିଲେ ଖେଳିବା ଆସ ସାଙ୍ଗ ସାଥି ହୋଇ କରି । ପିଚିକାରୀ ମୁଁ ଆଣିଚି କେତେ ଛୋଟ ବଡ ଭଳି ଭଳି, ନାଲି, ସବୁଜ, ହଳଦୀ,ନୀଳ ଫଗୁ ନିଅ ଛାଡ କଳି । ରାସାୟନିକ ରଙ୍ଗ ନେଇକି ଖେଳିବା ନାହିଁରେ ଆମେ, ଦେହ ଖରାପ ହେବନି ଜମା ସୁସ୍ଥ ରହିବ ତୁମେ । ମିଠା ଆଣିଚି ଦେଖିବ ଆସ ଖାଇବା ସଭିଏଁ ମିଶି, ମିଠା ଖାଇକି ରଙ୍ଗ ବୋଳିକି ଖେଳିବା ଆନନ୍ଦେ ହସି । ନାଚ କରିବା ଏଇଠି ସବୁ ବଜାଇ ଭାଙ୍ଗଡା ବାଜା, ଅଭିନନ୍ଦନ ଜଣାଇ ଆମେ କରିବା ବହୁତ ମଜା । ଆମ ସଂସ୍କୃତି ପରମ୍ପରା ତ ଦୁନିଆଁରେ ଶ୍ରେଷ୍ଠ ଅଟେ, ସେଇଥିପାଇଁ ଆମରି ଦିନ ହସ ଖୁସି କରି କଟେ । ∎ ବାଉଁଶିଆପଡା, ନୟାଗଡ଼ ୮୨୭୦୩୭୨୪୯୮