ଧୀର ପାଣି ପଥର କାଟେ ନୀଳମଣି ଚାନ୍ଦ ନଭେମ୍ବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-2e3d55dbe2.html ଛନଛନିଆ ଘାସ ଉପରେ କନକନ ସେ ହୋଇ ଡେଇଁଡେଇଁକି ଠେକୁଆ ଚାଲେ ପାଦକୁ ଥୋଇ ଥୋଇ। ତା`କାନ ହୁଏ ହଲ୍ ହଲ୍ ଦେଖିଛ ଯଦି କୁହ କେତେ ବୁଦ୍ଧିଆ  ସେଇ ଠେକୁଆ ତାଠୁଁ ଶୁଣିବ ରୁହ । ଭାବି ଭାବିକା କହିଲା ସିଏ ଧୀର କଇଁଛ ଚାଲି ତା`ସାଙ୍ଗେ ହେଲା ଦଉଡ଼ ଗୋଟେ ଲାଗେ ଯେମିତି କାଲି । ଦଉଡ଼ ମାରି ସେ ଆଗ ଗଲା ବିଶ୍ରାମ ଟିକେ ନେଲା ପ୍ରଥମ ହେବ ନିଶ୍ଚୟ ସିଏ ମନରେ ଭାବି ନେଲା। ଗଲା ନିଘୋଢ଼ ନିଦରେ  ଶୋଇ ଦଉଡ଼ କଥା ଭୁଲି ଉଠି ଦେଖିଲା  କଇଁଛ ନାହିଁ ପଛକୁ ଯେବେ ବୁଲି । ଥିଇରି ଥିରି କଇଁଛ ଯାଇ ଗଲା ଯେ ଟପି ବାଟ ଲକ୍ଷ୍ୟ ସ୍ଥଳକୁ ଆଗ ଛୁଇଁଲା ଶିଖେଇ ଦେଲା ପାଠ। ଧୀର ପାଣି ପଥର କାଟେ ଶିଖିବା ଆସ ଆମେ ଠେକୁଆ ଗପ ସେଇଠି ସାରି ଚାଲିଲା ନିଜ କାମେ । ∎ ମନ୍ତ୍ର ମାନୋର,ଗୋଠପାଟଣା ଭୁବନେଶ୍ୱର,ମୋ:୯୫୮୩୨୦୨୩୫୭