ତାଳି ଟେ ମାରିଲା ଖୁସିରେ ପୌର୍ଣ୍ଣମାସୀ ଦେବୀ ଅଗଷ୍ଟ: ୨୦୨୪ Canonical: https://sishu.kabitawithoutborders.org/shishu/article_details-2e1c56d8af.html ମିଛେରେ ବିଲେଇ ବସିଛି ଗଛେରେ । ପାଟିରେ ଧରିଛି ମାଛଟେ ମାଆ ପିଟି ଦେଲେ ବାଡ଼ିଟେ । ମାଛଟି ପଡିଲା ତଳେ ମାଆ ତାକୁ ନେଇଗଲେ । ବାଟିଲେ ମସଲା ହଳଦୀ ଝୋଳ କରିଦେଲେ ଜଲଦି । ବାଢ଼ିଲେ ଗରମ ଭାତକୁ ଆସେ ଡାକିଲେ କୁନାକୁ । ଝୋଳ ଟା ସୁଆଦ ଲାଗିଲା କୁନା ଚାଟିଚୁଟି ଖାଇଲା । ବିରାଡ଼ି ଦୁଃଖରେ ଶୋଇଲା ମ୍ୟାଉଁ ମ୍ୟାଉଁ କାନ୍ଦିଲା । ବିଲେଇ ନଥିଲା ଗଛରେ କୁନା ଭାବୁଥିଲା ମନରେ ତାଳିଟେ ମାରିଲା ଖୁସିରେ । ∎ ଭୂଦାନ ନଗର, ଚକ୍ରତୀର୍ଥ ରୋଡ, ପୁରୀ ଫୋନ୍ - ୯୧୦୮୩୩୦୭୪୪