କୁନା ଖଡ଼ି ଛୁଆଁ ଜିତେନ୍ଦ୍ର ଚନ୍ଦ୍ର ସାହୁ ମାର୍ଚ୍ଚ: ୨୦୨୬ Canonical: https://sishu.kabitawithoutborders.org/shishu/article_details-2d9045abb3.html ପାଖେଇ ଆସିଲା ସରସ୍ଵତୀ ପୂଜା ସଜବାଜ କୁନା ପାଇଁ ଖଡ଼ି ଛୁଆଁ ହେବ ଏଥର ପୂଜାରେ ବିଦ୍ୟାଳୟ ଯିବା ପାଇଁ ।୧। ବାପା ଆଣିଛନ୍ତି ନୂଆ ଜାମା ତାର ;କରୁଅଛି ଝିଲିମିଲି ଦେଖି ସବୁ କୁନା ମନ ତା ଉଚ୍ଛନ୍ନ ;ହସୁଅଛି ଖିଲି ଖିଲି ।୨। ମାଆ ରଖିଛନ୍ତି ଉଖୁଡ଼ା ନଡ଼ିଆ    ଧୂପ ଦୀପକୁ ସଜାଡ଼ି ଜେଜେ ଆଣିଛନ୍ତି ବଜାର ଛକରୁ ସିଲଟ କଲମ ଖଡ଼ି ।୩। ଜେଜେମା ତିଆରି କରିଅଛି ଲଡୁ ରଖିଛନ୍ତି ଗଣି ଗଣି ଦାଦା ଆଣିଛନ୍ତି ଅନେକ ଖେଳନା ସିଲଟ ରଖିବା ମୁଣି ।୪। ଖୁଡ଼ି ରଖିଛନ୍ତି ରଙ୍ଗ ବେରଙ୍ଗର ଦେବେ ଖଡ଼ି ଛୁଆଁ ଖଡ଼ି ଅପା ତୋଳି ଦେଲା ଜାତି ଜାତି ଫୁଲ ଥିଲା ସଙ୍ଗେ ଫୁଲ କଢି ।୫।  ରାତି ପାହିଗଲା ଶ୍ରୀପଞ୍ଚମୀ ହେଲା ଜେଜେ ସଙ୍ଗେ କୁନା ଗଲା ମୁଣ୍ଡୁଳା ବୁଲେଇ ଖଡ଼ି ଛୁଇଁ ଦେଲା ଖଡ଼ି ଛୁଆଁ ଟି ସରିଲା ।୬। ମୁଣ୍ଡିଆ ମାରିଲା ପୁଷ୍ପାଞ୍ଜଳୀ ଦେଲା ପ୍ରସାଦ କୁ ଦେଲା ଖାଇ ଖଡ଼ି ଛୁଆଁ କଥା ସବୁ କହିଗଲା ଜେଜେମା ପାଖରେ ଯାଇ ।୭। ∎ ଦୂର ଭାଷ-୯୭୭୬୪୫୪୮୦୦