ସୀବନୀ (ଛୁଞ୍ଚି ) ଦୀନବନ୍ଧୁ ପୋଇ ମାର୍ଚ୍ଚ: ୨୦୨୬ Canonical: https://sishu.kabitawithoutborders.org/shishu/article_details-2d204c1984.html ନର ଦେଖେ ତା ଆଖିରେ ଛୋଟ ସିନା ମୋତେ ମୋ ଦେଇ ସେ ବଡ କାମ କରଇ ଯେ କେତେ ? ଅତି କ୍ଷୁଦ୍ର ଦେହ ମୋର ନାମ ମୋର ଛୁଞ୍ଚି ପୋଷାକ ଗଢଇ ନର ମୋତେ କଳେ କେଞ୍ଚି । । ପିନ୍ଧି ସୁନ୍ଦର ଦିଶଇ ମୋ ପାଇଁ ମଣିଷ ଲଜ୍ୟା ନିବାରଣ କରି ଜୀବ ରେ ସରସ । । ଗୁନ୍ଥି ବାକୁ ଫୁଲ ହାର ମାଳୀ ଲୋଡ଼େ ମୋତେ ନ ଥିଲେ ମୁଁ ସଂସାରରେ ଭକତେ ନ ଥାଆନ୍ତେ ॥ ଛୁଞ୍ଚି ଛୋଟ ବସ୍ତୁ ଆହା କେଡେ ତା`ର କାମ ମାଳୀ, ଦରଜି, ଡାକ୍ତର ଜାଣନ୍ତି ତା` ଦଅମ ॥ ଛୁଞ୍ଚି ପାଇଁ ଡାକତର ବିଶ୍ଵରେ ପ୍ରସିଦ୍ଧ ଖଣ୍ଡ ଖଣ୍ଡଶରୀରକୁ ଯୋଡିବାରେ ସିଦ୍ଧ ॥ ଛୋଟ ମଧ୍ୟେ ବଡ କାମ ବିଜ୍ଞଙ୍କୁ ତ ଜଣା ଛୋଟ ବୋଲି କାହାକୁ ହେ ନ କର ଯେ ଘୃଣା । । ∎ ଦୂରଭାଷ-୯୯୩୮୮୦୨୪୧୨