ଖାତା ଜିତେନ୍ଦ୍ର ଚନ୍ଦ୍ର ସାହୁ ନଭେମ୍ବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-2ca817df9e.html ମୁଁ ଗୋଟିଏ ଖାତାରେ ଭାଇ ମୁଁ ଗୋଟିଏ ଖାତା ନାଲିଆ ନେଳି ରଙ୍ଗ ବେରଙ୍ଗେ ମଲାଟ ମୋର ଛାପା ।୧। କୋଠରୀ ଗାର ଧାଡ଼ି ଧାଡିକା କେଉଁଠି ତିନି ଗାର ନାଲିଆ ନୀଳ ଚାରି ଗାରିଆ ନାମ ମୋ ହସ୍ତାକ୍ଷର ।୨। ଭିତର ମୋର ସଫା ଅଟଇ ନଥାଏ କିଛି ଚିହ୍ନ କଲମ କାଳି ନାଲିଆ ନେଳୀ ଲେଖ ମୋ ଦେହେ ବର୍ଣ୍ଣ ।୩। ପାଠ ପଢ଼ୁଆ ପିଲା ଠୁ ବୁଢା ସଭିଙ୍କ ପାଇଁ ଲୋଡ଼ା ମୋହରି ପାଇଁ ଜୀବନ କେତେ ହୋଇଛି ଏଠି ଗଢ଼ା ।୪। ମୋ ଦେହେ ଯିଏ ପାରିନି ଲେଖି ମୁରୁଖ ହୁଏ ଗଣା ସଂସାର ହାଟେ ଚାଲିବା ପାଇଁ ହୁଅଇ ବାଟ ବଣା ।୫। ଲେଖି ଲେଖିକା ଶରୀରେ ମୋର ଜିତନ୍ତି କେତେ ଗଡ଼ ଅଲୋଡ଼ା ହୋଇ ବିକିରି ହୁଏ ପେଟ ପୋଷେ କବାଡ଼ ।୬। ଗଢ଼ି ଅଛନ୍ତି ବିଧାତା ଯାହା ଭୋଗିବା ଏଇ ଧାମେ ନକରି ଉଣା ମନ ଏଇଠି ଲାଗିବା ନିଜ କାମେ ।୭। ∎ ବସୋଇ,ପର୍ଜଙ୍ଗ,ଢେଙ୍କାନାଳ    ଦୂର ଭାଷ-୯୭୭୬୪୫୪୮୦୦