ସମୟ ଡଃ ସ୍ଵର୍ଣ୍ଣଲତା ତ୍ରିପାଠୀ ମଇ: ୨୦୨୫ Canonical: https://sishu.kabitawithoutborders.org/shishu/article_details-2c74ee456d.html ସମୟ କାହାକୁ ଅପେକ୍ଷା କରେନି ଘଡି ଚାଲେ ଅହରହ, ଘଡି ଆଗେ ଧାଏଁ ଜୀବନର ଗାଡ଼ି ସଦୁପଯୋଗ ସମୟ । ପ୍ରତ୍ୟେକ କାମକୁ ନିୟନ୍ତ୍ରଣ କରି ସମୟ ନିର୍ଘଣ୍ଟ ରଖି, ସଚେତନ ହୋଇ କାର୍ଯ୍ୟ ସମ୍ପାଦନ ଅଭ୍ୟାସ ରୂପେ ତନଖି । ଜୀବନ ପାତ୍ରରେ କର୍ତ୍ତବ୍ୟ ଅସୀମ ସାର୍ଥକ ଜୀବନ ପାଇଁ, ସମୟ ସ୍ରୋତରେ ଜୀବନର ତରୀ କଉଶଳେ ନେବା ବାହି। ସୁଖଦୁଃଖ ଭରା ଜୀବନ କଣ୍ଢେଇ ନଚ।ଉଥାଏ ସମୟ, ଶ୍ରମ ଓ ସାଧନା ବଳରେ ମାନବ ଜୀବନେ ଆସେ ସୌଭାଗ୍ୟ । ସମୟ ସିଲଟେ ରହିଯାଏ କେତେ ବ୍ୟକ୍ତିତ୍ଵ ଅଲିଭାଗାର, ପ୍ରତିଟି କାମରେ ଲକ୍ଷ୍ୟ ପଥରେ ପ୍ରାପତ ସତ୍ କର୍ମର । କାଲି କାମ ଆଜି ଆଜି କାମ ଆଜି ଏବେହିଁ କରିବା ସାର, ନିୟମବର୍ତ୍ତିତା କର୍ତ୍ତବ୍ୟର ନିଷ୍ଠା ସମାଜର ଉପକାର । ଆପଣା ପଥରେ ଆପେ ଗତିଶୀଳ ସମୟ କଷଟି ପଥେ, ଜୀବନ ସୌରଭ ହେବ ସୁରଭିତ କର୍ମ ପୁଷ୍ପ ଫୁଟି ଉଠେ । ∎ (ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ) ଅବସର ପ୍ରାପ୍ତ ମଣ୍ଡଳ ସହ ଶିକ୍ଷା ଅଧିକାରୀ ପୁରୀ ସଦର ବ୍ଲକ୍, ପୁରୀ ,କୋଣାର୍କ ।