ଇଚିରି-ମିଚିରି ଧୀରେନ ମିଶ୍ର ଡିସେମ୍ବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-29a0237150.html ଇଚିରି-ମିଚିରି ଧାଏଁ ଚିରିଚିରି କିଚିରି କରିଲା କେଁ କଇଆଁ ଗଛରୁ ହନୁ ଝାମ୍ପ ଦେଲା ପାତି କାନ୍ଦୁଥିଲା ଭେଁ । କାହିଁକିରେ ପାତି କାନ୍ଦିଲୁ ଏମିତି କିଏ କି` କହିଲା ତୋତେ କାନମୋଡି ତାକୁ ସାବାଡ କରିବି ନାଆଁ ତା`ର କହ ମୋତେ । କହିବୁନି ଯଦି କହ ତୁଉନି-ତାଆନି ରହ । ଗୁଣ୍ଡୁଚି ଚଢିଲା ମକା ଗଛରେ ଲୋ` ଏଣ୍ଡୁଅ ଖାଇଲା ଯଅ। ଯଅ ଗଛ ବଡ ଡେଙ୍ଗା ଏଇବାଟେ ଗଲା ଡେଙ୍ଗେଇ ନାନୀ ମୋ` ମୁଣ୍ଡରେ ବାଜିଲା ଠେଙ୍ଗା । ∎ ଶୁଶୁଡା, ଅନୁଗୋଳ ମୋ – 7978087891-