ଆମ ମାତୃଭୂମି କବିଜ୍ୟୋତି ନିରଞ୍ଜନ ପତି ଏପ୍ରିଲ: ୨୦୨୫ Canonical: https://sishu.kabitawithoutborders.org/shishu/article_details-2986850242.html ମାତୃଭୂମି ଆମ ପବିତ୍ର ଭାରତ ସିଏ ତ ଭାରତ ମାତା, ତା` ଭୂମିରେ ବଢି ଆଗକୁ ଯାଏ ମୁଁ ସିଏ ସଉଭାଗ୍ୟ ଦାତା । ଜନ୍ମଦାତ୍ରୀ ଠାରୁ ଅଧିକ ମହାନ ଏଇମୋ ଭାରତ ଭୂଇଁ, ଶସ୍ୟ ଶ୍ୟାମଳା ସେ ଖାଦ୍ୟ ଜଳ ଦିଏ ତା`ରେ ମଥା ଯାଏ ନଇଁ । ଏଇ ମା` କୋଳରେ କେତେ ବୀରନର ରଖି ଯାଇଛନ୍ତି ଯଶ, ସେନେହ ମମତା ପାଇ ଏ ମାଆର ସଦା ଆମେ ହସହସ । ଭାରତ ଭୂଇଁ ର ସାଗର ଜଙ୍ଗଲ ସୁନ୍ଦର ସେ କେଡ଼େ ଭଲ, ନଦୀ କ୍ଷେତ ବାଡ଼ି ବଡ଼ କମନୀୟ ମନଲୋଭା ତାର ଫୁଲ । ଏଇ ମୋ ଜନମ ଭୂଇଁ ରେ ରହିଛି କେତେ ଯେ ସହର ଗାଆଁ, ଦେବତା ଓ ସାଧୁ ସନ୍ଥଙ୍କ ର ସ୍ଥାନ ରଖି ଯାଇଛନ୍ତି ନାଆଁ । ଯୋଉଠି ଥାଉ ବା ଯୁଆଡ଼କୁ ଯାଉ ଭାବୁ ଭାରତର କଥା, ଏଇ ମାତୃଭୂମି ଭାରତ ପଦରେ ନୁଆଇଁ ଦେବାତ ମଥା । ଏଇ ମା` ମାଟିରେ ଖେଳିଛେ,ବଢିଛେ ଭୁଲି ବାନି ତାର ଦାନ, ବଞ୍ଚିଥିବା ଯାଏ ଗାଇ ଚାଲୁଥିବା ମାଆ ମାଟି ଯଶ ଗାନ । ∎ ସମ୍ପାଦକ, ମଧୁମାଳତୀ ଗାନ୍ଧୀ ମାର୍ଗ, ଅନୁଗୋଳ ମୋ-୯୯୩୮୧୩୩୫୫୯