ତାଙ୍କୁ ନ ଭୁଲିବେ କେହି ଶ୍ରୀ ପ୍ରଫୁଲ୍ଲ କୁମାର ସାହୁ ଡିସେମ୍ବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-295a4aeb50.html ପିତା ମାତା ଠାରୁ ବଡ଼ ଦେବତା କେ ସରଗ ରାଇଜେ ନାହିଁ, ଦୁନିଆ ରେ ଯେତେ ବଡ଼ ହେଲେ ଆମେ ତାଙ୍କୁ ନ ଭୁଲିବା କେହି l ୧ l ସରଗ ଠୁଁ ବଡ଼ ଆମ ଜନ୍ମ ଦାତା ଧରଣୀ ଠୁଁ ବଡ଼ ମାତା, ବିପଦେ ଆପଦେ ତାଙ୍କ ଆର୍ଶିବାଦେ ହୋଇବା ଜଗତ ଜିତା l ୨ l ସେନେହ ଝରଣା ସଦା ଝରୁଥାଏ ମାଆ ର ଅନ୍ତର ତଳୁ, ଯେତେ ଭୁଲ୍ କଲେ ରାଗ ରୋଷ ଭୁଲି ଉଠାଇ ନିଏ ସେ ତଳୁ l ୩ l ମାଆ ର ପଣତ ଶ୍ରୀ ମନ୍ଦିର ନେତ ବିପଦକୁ ଦିଏ ତଡି, ତାହାରି ମମତା ହାତ ଠାରି ଡାକେ ଯେତେ ଦୂରେ ଗଲେ ଉଡ଼ି l ୪ l ବରଗଛ ପରି ଶୀତଳ ପ୍ରଛାୟା ଦେଇଥାନ୍ତି ଆମ ପିତା, ଦୁନିଆ ଦାଣ୍ଡରେ ଚାଲିବା ପାଇଁ ସେ କହିଥାନ୍ତି ହିତ କଥା l ୫ l ନିଇତି ସକାଳେ ତାଙ୍କ ପାଦ ତଳେ କଲେ ଆମେ ନମସ୍କାର, ଦିନଟି ଆମର ଶୁଭ ରେ କଟିବ ବିପଦ ହୋଇବ ଦୂର l ୬ l ∎ ଯଦୁ - ମାଳତୀ କୃପା ନିବାସ, ଶକ୍ତି ବିହାର / ବାଲିପଡ଼ା, ମାହାଙ୍ଗା, ଜି - କଟକ -୭୫୪୨୦୭ ମୋ – ୭୬୦୯୦୪୪୩୮୩