ଆ` ମାହୁନ୍ତ ଆ` ନୀଳମଣି ଚାନ୍ଦ ଜୁନ: ୨୦୨୪ Canonical: https://sishu.kabitawithoutborders.org/shishu/article_details-29069518fa.html ଆ` ରେ ଆ` ମାହୁନ୍ତ ଆ` ପୋଷା ହାତୀକୁ ନେଇ ହାତୀଟି ଦେଖି ହୋଇବୁ ଖୁସି ଗଲେ ଗାଁ ଦାଣ୍ଡ ଦେଇ । ଛଵିବହିରୁ ଦେଖିଛୁ ଆମେ ହାତୀର ଛବି ଯାହା ଶୁଣେଇ ଥିଲେ ହାତୀର ଗପ ଦିନେ ମୋ ଆଈମା` । ନଡ଼ିଆ,ଧାନ,କଦଳୀ ଦେବୁ ଖାଇବ ମନ ଭରି ବାଡ଼ି ଗଛରୁ ଆଣିବୁ ଡାଳ ଆମେରେ ଭାଙ୍ଗି କରି । ହାତୀ ପିଠିରେ ବୁଲି ଆସିଲେ ବାବାଲି ଆଉ ଟିନା ଡାକ ଭୁଲେଇ ଆ` ଓହ୍ଲେଇ ରାଜି ହେଵେନି ଜମା । ଅଜା କହିବେ ଏ ହାତୀଟିକୁ ରଖିବା ଆମ ଘରେ କହିଵେ ଆଈ କିଣିଦେବିରେ ହାତୀ ଛୁଆଟେ ପରେ ମାହୁନ୍ତ ହସି କହିଲା ପିଲେ ଫେରିବୁ ଆମେ ଘର ହାତୀ ଦେଖିଲ ମଜା ପାଇଲ ଏଵେରେ ଵହି ଧର । ∎ ମନ୍ତ୍ର ମାନୋର,ଗୋଠପାଟଣା ଭୁବନେଶ୍ୱର,ମୋ-୯୫୮୩୨୦୨୩୫୭