ଵଳୁଆ ଯେ ଦୟାଳୁ ସେ ଶରତ କୁମାରୀ ସ୍ଵାଇଁ ଅକ୍ଟୋବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-2885fd48a5.html ଚୁନା ଚୁନା ନୀଳଢେଉ ସୁନା ରଙ୍ଗ ଉଡେଇ ଆକାଶର ଵୁକୁ ଛୁଇଁ ଉଡେ ଟିକି ଚଢ଼େଇ। ପବନର ସୁଅ କାଟି ଡେଣା ଦୁଇ ହଲେଇ ଅଳସରେ ବସେ ନାହିଁ ସଦା ଘୁରି ଵୁଲଇ। ଖସି ମନେ ଦିନେ ଯେଵେ ଯାଉଥିଲା ଆଗେଇ ସୁଉ ସୁଉ ପବନ ଟା ମୁହଁ ଟାକୁ ରଗେଇ କହିଲା "କେଡେ ସାହାସ ମୋଠି ଧକ୍କା ଲାଗୁଛୁ ମୋ ପାଶେ ତୁ କେଡ଼େ ଛୋଟ ନିଜେ କେବେ ଦେଖିଛୁ?` ଚାହିଁଲେ ଉଡେଇ ନେଵି ବୁଦ୍ଧି ଦେବି ଶିଖେଇ ` ଟିକି ଚଢ଼େଇ କହିଲା- ଦେଲନିତ ରଖେଇ, ବସା ଭାଙ୍ଗି ହିଂସା କଲ ଯାଉଥିଲି ପଳେଇ ଆଦରରେ ପରବତ ନେଲା ମୋତେ କୋଳେଇ। ପରବତ ସେ,ମହତ କରେନାହିଁ ଲଢେଇ ଵଳୁଆ ଯେ ଦୟାଳୁ ସେ ନଥାଏ ତା ବଡେଇ।` ------+++----- ∎ ୫୫୪/୧୯୬୫ ଶ୍ରୀଵିହାର ପୋ,- ପଟିଆ ଭୁବନେଶ୍ଵର -୩୧ ଫୋନ୍ -୯୯୩୭୫୯୨୭୩୯