ଖୋଜୁଥିଲେ ତାକୁ ଅଜା ସସ୍ମିତା ସ୍ୱାଇଁ ଅଗଷ୍ଟ: ୨୦୨୬ Canonical: https://sishu.kabitawithoutborders.org/shishu/article_details-27f98545b9.html ସବୁ ଋତୁ ଲାଗେ ଗିରିଷମ ପରି ଆଉ ସବୁ ଗଲେ କାହିଁ ମନ ଦୁଃଖେ ବସି ଭାବୁଛି କୋଇଲି ଦିନ କାଳ ଭଲ ନାହିଁ l କଳାବୋଲି ତାର ମନଦୁଃଖ ହୁଏ ଖୁସି ମିଳେ କଣ୍ଠସୁରେ କେତେ ମିଠାମିଠା କୁହୁ ତାନ ତାର ତା `ସୁରକୁ ମନ ଝୁରେ । ମଳୟ ପବନ ମହକ ନାହିଁତ କିଏ ନେଲା ତାଙ୍କୁ ହରି ଥୁଣ୍ଟା ଖୁଣ୍ଟା ଗଛ ନିଆଁ ପରି ଖରା ଦେଖି ରହିଥାଏ ଡରି l କୋଇଲି ଖୋଜୁଛି ଆମ୍ବଗଛ ଡାଳ ବସନ୍ତପବନ ମଜା ବହଳ ପତର ଗହଳିଆ ଗଛେ ଖୋଜୁଥିଲେ ତାକୁ ଅଜା l ∎ ଶିଶିଲୋ ବାଳକାଟୀ ଖୋର୍ଦ୍ଧା ୯୮୬୧୦୬ ୯୮୨୯