ହସିବ ଜନମ ଭୂଇଁ କନ୍ଦର୍ପ ବେହେରା ସେପ୍ଟେମ୍ବର: ୨୦୨୬ Canonical: https://sishu.kabitawithoutborders.org/shishu/article_details-2607041710.html କୁନା, କୁନି, ମୁନି ଟିକି ଚୁନା ଚୁନି ତୁମେ ତ ଅଫୁଟା ଫୁଲ ଆଜି ନ ହେଲେ ବି କାଲିକି ଫୁଟିବ କିଏ ହେବ ସମତୁଲ ll ସଭିଙ୍କ ମନରେ ହସ ଭରିଦେବ କରିବ ଦେଶର ହିତ, ସାରା ଜଗତକୁ ବାସ ଚହଟାଇ ରଖିବ ମାନ ମହତ ll ଭଲ କାମ କଲେ ହସିବ ଏ ଦେଶ ହସିବ ଜନମ ଭୂଇଁ, କଢିରୁ ତ ଫୁଲ ହୋଇ ଫୁଟୁଥିବ ବାସ ଚହଟାଇ ଦେଇ ll କୁନା,କୁନି, ମୁନି ଟିକି ଚୁନା ଚୁନି ପଢ଼ାରେ ଦେବ ଧିଆନ, କାମ କରି ଯିବ ଗାଆଁ ମାଟି ପାଇଁ ରଖିବ ଦେଶର ମାନ ll କବି କୁଟିର ∎ ସା /ପୋ =ଡ଼ଇଁଚା, ଭାୟା =ରେଢ଼ାଖୋଲ, ଜି =ସମ୍ବଲପୁର, ପିନ =768106, ମୋ =7077579317