କୁନିକଢ଼ ପ୍ରବାସିନୀ ମିଶ୍ର ଫେବୃଆରୀ: ୨୦୨୪ Canonical: https://sishu.kabitawithoutborders.org/shishu/article_details-2516b8ff57.html ଦେବ ଦାନ ପିଲାଦିନ ହସ ମହୁ ଝର ନିରୀହ ଚାହାଣି ଟାଣେ ମନ ସଭିଙ୍କର ।। କଳ କଳ ଛଳ ଛଳ ତା ସୁନ୍ଦର ଗତି ଦେଖିଦେଲେ ପେଟ ପୂରେ ଖୁସି ହୁଏ ମତି ।। ପିଲାବେଳ କେତେଖେଳ କେତେ ମଜା ମସ୍ତି ଉଚ୍ଚ ନୀଚ୍ଚ ଜାତି ଧନୀ କେ ଦେଖେନା ବସ୍ତି ।। ପିଲାଦିନ ସାଙ୍ଗ ସାଥୀ ଏ ମଧୁର ବେଳ ବଡ ହେଲେ ନିଜ କାମେ ନଥିବ କା ବେଳ ।। ଏ ସୁନ୍ଦର ସମୟଟା ଭବିଷ୍ୟତ ଗଢେ ସୁନ୍ଦର ବାସନା ଫୁଲ ଥାଏ କୁନି କଢେ ।।