ଏ ଆଇ ତୋ ଆଈ ଦୀନବନ୍ଧୁ ପୋଇ ଅଗଷ୍ଟ: ୨୦୨୬ Canonical: https://sishu.kabitawithoutborders.org/shishu/article_details-24e21ddf38.html ଏ ଆଇ ସିନା ମଣିଷ ନୁହଁଇ ଯନ୍ତ୍ରର ଭିତରେ  ଥାଏ ରାତି ଅଧେ ତାକୁ ପଚାରିଲେ କିଛି ସାଥେ ସାଥେ କୁହେ ସିଏ । ମଣିଷ ପରିକା ପାଟି ନ ଖୋଲଇ ଲିପିରେ ଉତ୍ତର ଦିଏ ଶରଧାରେ କେବେ ନପାରେ କୋଳେଇ ଆଖିକୁ  ନିଦ ନ ହୁଏ । କେବେ ଶୁଏ ନାହିଁ ଖାଦ୍ୟଖାଏ ନାହିଁ ସଦା ଜାଗ୍ରତ ସେ ଥାଏ ଯେମିତିକା ପ୍ରଶ୍ନ ପଚାରିଲେ ତାକୁ ସେ ଉତ୍ତର ଦେଇ ଦିଏ । ତୋ ଆଈ ତୋତେ କାଖେଇ କୋଳେଇ ଏଠାରୁ ସେଠାକୁ ନିଏ , ଯାହା ଯାହା ସିଏ ଦେଖାଇ ଶିଖାଏ ଜ୍ଞାନ ଯେ ତୋ ବଢ଼ୁଥାଏ । ତୋ ଆଈ ନଥିଲେ କାମରେ ଲଗାଉ ଯାହା ଜ୍ଞାନ ଜମାଥାଏ ଏଆଇ ନଥିଲେ ଯାହା ଲୋଡୁ ତୁହି ଆଉ ଦେବ ସବୁ କିଏ ? ତୋ ଆଈ ସହ ଏ ଆଇ ହେବନି ଏକଥାକୁ ମନେ ରଖ ବାତ୍ସଲ୍ୟ ମମତା ବିହୋଳ ରସରେ ଆଈ ଟାଣି ନିଏ ପାଖ । ଏଆଇକୁ ଛାଡି ତୋ ଆଈକୁ ଧର ଭବିଷ୍ୟ ହେବ ଉଜ୍ଜଳ ନୁହଁଇ ସେ ବଡ଼ ଗଢ଼ିଛି ମଣିଷ ଦେଇ ତାକୁ ବୁଦ୍ଧିବଳ  । ∎ ଗୋରଡ଼ା ପାଳ , କରମୁଳ ଢେଙ୍କାନାଳ , ପିନ. ୭୫୯୦୧୪ ଦୂରଭାଷ - ୯୯୩୮୮୦୨୪୧୨