ରଜମଉଜ ଶ୍ରୀମତୀ ତନୟା ଦାସ ଗୋସ୍ୱାମୀ ଜୁନ: ୨୦୨୪ Canonical: https://sishu.kabitawithoutborders.org/shishu/article_details-24cf0969a2.html ଭାରି ଛନ ଛନ ହେଲାଣି ମୋ ମନ, ଆଜି ତ ପହିଲି ରଜ, ବରଷକେ ଥରେ ମୁହଁ ଦେଖାଇଛି, ଆସ ହେବା ସଜବାଜ l ନୂଆବୋହୂ ଆଜି ସଜ କରିଦେବ ଚନ୍ଦନରେ ଚିତା କାଟି,.... ରଙ୍ଗ ବେରଙ୍ଗର ନୂଆ ଜାମା ପିନ୍ଧି ଖୁସି ରେ ପଡିବା ଲୋଟି l କେତେ ପିଠାପଣା କେତେ ଯେ ଉଖୁଡା ତା ସଙ୍ଗେ ରହିଛି ମୁଢି, ବୋହୁଚୋରି, ଲୁଡୁ, ତାଆସ ଖେଳକୁ... ଆକାଶେ ଉଡ଼ିବ ଗୁଡ଼ି l ଦୋଳି ଖେଳ କଥା କହନା ଆଉରେ.... ଦୋଳି ତାଳେ ତାଳେ ଗୀତ, ପାଦୁକ, ବଉଳ, ମକର, ସଙ୍ଗାତ... ଆସ ଆସ ଯେତେ ମିତ l ଭୁଲି ଭେଦଭାବ ଏ ରଜ ପରବେ ଅଛି ଯେତେ କଳିଗୋଳ...... ପୋଛିଦେବା ମନୁ ରାଗରୋଷ ସବୁ, ହୋଇ ଆମେ ଏକ ମେଳ l ∎