ମା ପାଇଁ ଗଛଟିଏ ଅନ୍ତର୍ଯ୍ୟାମୀ ବେଜ ନଭେମ୍ବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-24725c3d4c.html ଯଶସ୍ବୀ ପ୍ରଧାନମନ୍ତ୍ରୀ ଜୟନ୍ତୀରେ ମାଆ ପାଇଁ ଗଛଟିଏ, ମାଆର ମାତୃତ୍ୱ ସାର୍ଥକ ଲଭିଛି ତା`ର ସମ ଅଛି କିଏ ? ବିଶ୍ୱର କଲ୍ୟାଣ ସମାଜ ନିର୍ମାଣ ପରିବେଶ ପ୍ରତି ଧ୍ୟାନ, ଜାଗି ଜଗାଇବା ଜନଗଣ ଆଜ ତରୁଲତା ବିଶ୍ୱ ପ୍ରାଣ. ଯୁଗ ଯୁଗାନ୍ତର ପାଦପର ଦାନ ନାହିଁ ଯା`ର ପଟାନ୍ତର, ମାଆ ପରି ତା`ର ତ୍ୟାଗ ଧରା ତଳେ ଢାଳି ସ୍ନେହ ସୁଧା ଧାର. ଶ୍ୱାସ ପ୍ରଶ୍ୱାସରେ ପ୍ରାଣ ପବନରେ ଅଟେ ସଂଜୀବନୀ ଧାରା, ନାହିଁ ତା` ବିକଳ୍ପ ଅଟେ କଳ୍ପବୃକ୍ଷ ତ୍ୟାଗ ତା`ର ଅପାଶୋରା. ବୃକ୍ଷ ବ୍ରହ୍ମରୂପା ଶ୍ୟାମଳ ସ୍ୱରୂପା ସୃଜନର ସୂତ୍ରଧାରୀ, ଧରାରେ ବିରାଜି ନିଜ ସୁଖ ତେଜି ସାଜଇ ପରପୋକାରୀ. ଯା` ପାଇଁ ବରଷା ମେଣ୍ଟେ କ୍ଷୁଧା ତୃଷl ଅମୀୟ ସମ ବାରିଧି, ଯା`ର ଚେର ମୂଳ ପତ୍ର ଫୁଲ ଫଳ ଅଟେ ରୋଗ ମହୋଷଧି. ଧୈର୍ଯ୍ୟ ସହିଷ୍ଣୁତା ଦାତା ପଣେ ମାତା ସର୍ବଂସହା ବୃକ୍ଷଦେବୀ, ମହତ ଜନମ ସୀମାହୀନ ଦାନ ବଇରାଗୀ ସମ ତ୍ୟାଗୀ. ଦିବ୍ୟକାନ୍ତିମୟ ସ୍ବର୍ଗୀୟ ସୁଷମା ନାହିଁ ଯା` କାର୍ପଣ୍ୟଭାବ, ସ୍ୱୟଂ ଜଗନ୍ନାଥ ଦାରୁରୁ ସମ୍ଭୁତ ପାଦପ ମହାନୁଭବ. ପ୍ରକୃତି ସୁରକ୍ଷା ଧରିତ୍ରୀ ମା ରକ୍ଷା ଅର୍ଥରେ ବୃକ୍ଷରୋପଣ, ବୃକ୍ଷ ହିଁ ଜୀବନ ବୃକ୍ଷ ପ୍ରାଣଧନ ଅମୂଲ ମୂଲ ତା` ମାନ. ସଂସାର ପଥରେ ପ୍ରାଣୀ ସୁରକ୍ଷାରେ କରି ପୁଣ୍ୟମୟ ବ୍ରତ, ଚିର ବନ୍ଦନୀୟା ଚିର ପୂଜନୀୟା ପାଦେ କରେ ମଥାନତ. 🙏🙏🙏 ∎ ଶିକ୍ଷକ ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା.