ପାରିବରେ ପାରିବ ନିରୁପମା କଵି ସେପ୍ଟେମ୍ବର: ୨୦୨୬ Canonical: https://sishu.kabitawithoutborders.org/shishu/article_details-23759e2b5e.html ସବୁ କାମ ପାରିବ ପାରିବିନି ବୋଲି କେବେ ତୁଣ୍ଡ ରେ ନ ଧରିବ।। ପାରୁଛନ୍ତି ଯେଉଁ ଜନ ନାହିଁ ତାଙ୍କ ଦେବ ପଣ ସିଏ ବି ତ ତୁମ ପରି ମଣିଷ ଟି ପିଲେ, ତୁମେ ପାରିବ ନି କିଆଁ ମନ ଦେଇ କଲେ ଥର କରେ ନ ପାରିଲେ ପୁଣି ଥରେ କର ଭ ଲେ ଜାଣିଛ କି ରାଜା ବ୍ରୁସ୍ କେତେ ହାରିଥିଲେ ବୁଢି ଆଣି ଠାରୁ ଶିଖି ବିଜୟ ଲଭିଲେ। ସ୍ୱାଧୀନତା ରଣ ରେ ନେଇ ଥିଲେ ପଣ ରେ ସଫଳ ନ ହେବା ଯାଏ ହେବ ଆନ୍ଦୋଳନ ରେ ଲଭିଥିଲୁ ମୁକତି ଜଗତକୁ ଦେଖାଇଲୁ ଏକତା ର ଶକ ତି।। ମନୋ ବଳ ରଖିବ ମନ ଦେଇ କରିବ ସବୁ କାମ ପାରି ତୁମେ ଜଗତ ରେ ଜିତିବ। ପାରିବ ରେ ପାରିବ ସମୟ ତା ଖାତା ଟିରେ ତୁମ ନାଁ ଲେଖିବ।। ତୁମ କଥା ଶୁଣି କେତେ ଭଙ୍ଗା ମନ ଯୋଡ଼ିବ ପାରିବ ରେ ପାରିବ ପାରିବିନି ବୋଲି କେବେ ତୁଣ୍ଡରେ ନ ଧରିବ, ମନ ଦେଇ କଲେ ତୁମେ ସବୁ କାମ ପାରିବ।।। ∎