ଗଣି କି ପାରିବା ଡ. ବିଜୟା ପାତ୍ର ମାର୍ଚ୍ଚ: ୨୦୨୫ Canonical: https://sishu.kabitawithoutborders.org/shishu/article_details-234353f4d0.html ଗଣି କି ପାରିବା ସାଗର ବକ୍ଷରେ କେତେ ଯେ ଲହରୀ ଉଠେ ଗଣି କି ପାରିବା ଆକାଶ ଛାତିରେ କେତେ ତାରା ଫୁଲ ଫୁଟେ ଗଣି କି ପାରିବା ନଈପଠା ଶେଯେ ଅଛି କେତେ ବାଲି ରେଣୁ ଗଣି କି ପାରିବା ପଦାର୍ଥ ଭିତରେ କେତେ ଅଣୁ ପରମାଣୁ। ଗଣି ନପାରିବା ପୋଥି ପତରରେ ଥିବା ତଥ୍ଯ ପରିମାଣ ଗଣି ନପାରିବା ଗ୍ଯାନ ଭଣ୍ଡାର ରେ ଭରି ଅଛି କେତେ ଗ୍ଯାନ ଗଣି ନପାରିବା ପିତାମାତାଙ୍କ ର ବାତ୍ସଲ୍ୟ ମମତା କେତେ ମାପି ହେବ ନାହିଁ ଦୁଃଖୀ ମଣିଷର ଯାତନା ଯନ୍ତ୍ରଣା ଯେତେ। ଗଣି ହେବ ନାହିଁ ଜାଣି ହେବ ନାହିଁ ମାପି ହେବ ନାହିଁ ଯାହା ଜଗତ ଈଶ୍ବର ଏକା ଅଧୀଶ୍ଵର ଉତ୍ତର ଦେବାକୁ ତାହା। ∎