ଏଇ ମୋ ଓଡିଶା ଡକ୍ଟର ସୁନାମଣି ରାଉତ ଜୁଲାଇ: ୨୦୨୫ Canonical: https://sishu.kabitawithoutborders.org/shishu/article_details-233e51a4ea.html ଏଇ ମୋ ଓଡିଶା ତା` ସାହି ପଡିଶା ତା` ପାଣି ପବନ ମାଟି ତୋଟାମାଳ ତା`ର କେତେ ଆପଣାର କି ସୁନ୍ଦର ଘର ଘାଟି ॥୧॥ ତା` ଜଗତ ନାଥ କାଳିଆ ସାଆନ୍ତ ପତିତପାବନ ନେତ ଆମେ ଭାଇଭାଇ ଭେଦଭାବ ନାହିଁ ନାଚି କହୁଅଛି ସେ`ତ ॥୨॥ ତା` ରାଉରକେଲା ଆସ୍କା, ହୁକିଟୋଲା ହୀରାକୁଦ, ପାରାଦୀପ କେତେ ବନ୍ଧବାଡ ତା` ଅଝାଡ ଝାଡ ଜଙ୍ଗଲର ଖାଲଢିପ ॥୩॥ ତା`ର ରଜଦୋଳି କେତେ ଜାତି କୋଳି ଆହା କି ମଧୁର ମିଠା ତା`ର ପୋଡପିଠା ଏଣ୍ଡୁରି, ଗଇଁଠା ଆରିଶା, କାକରା ପିଠା ॥୪॥ ତା`ଦୋଳ ମେଳଣ ଠାକୁର ଝୁଲଣ କୁଆଁର ପୁନେଇ, ପୁଚି ଭାରି ଭଲ ଲାଗେ ତା ଅଗଣା ଘରେ ଖେଳିବାକୁ ଲୁଚାଲୁଚି ॥୫॥ ସବୁତ ସୁନ୍ଦର ଲଗାଏ ହୁନ୍ଦର ତା` ପବିତ୍ର ଭୁଇଁ ଛୁଇଁ ତା` ମାନ ମହତ ରଖିବାକୁ ଶତ ଶପଥ କରୁଛି ମୁହିଁ ॥୬॥ ∎ ରାଜା ବଗିଚା, କଟକ-୯ ମୋ-୭୯୭୮୩୧୯୨୭୯