କେମିତି ହୁଅନ୍ତା ଏମିତି ହେଲେ ହରିହର ଶୁକ୍ଳ ନଭେମ୍ବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-232093c4e7.html କୋଇଲି କରନ୍ତା କାଆ କାଆ ରାବ କାଉ ଗାଉଥା`ନ୍ତା ମଧୁର ଗୀତ, ସାପ ଓ ନେଉଳ ଡକାଡକି ହୋଇ ଏକ ଆରେକର ସାଜନ୍ତା ମିତ; କେମିତି ହୁଅନ୍ତା ଏମିତି ହେଲେ, ଲୋଭୀ ସାହୁକାର ଭୋକୀଶୋଷୀ ଦେଖି ଖୁସିମନେ ଦାନ ଦକ୍ଷିଣା ଦେଲେ! କଖାରୁ ପରିକା ଅଙ୍ଗୁର ଫଳନ୍ତା କଖାରୁ ଫଳନ୍ତା ଅଙ୍ଗୁର ପରି, ସବୁଯାକ ପିଲା ପଢ଼ନ୍ତେ ହରଷେ ନ ଗୋଟାଇ କେହି କାଗଜ, ଜରି; କେମିତି ହୁଅନ୍ତା ଏମିତି ହେଲେ, ଇଞ୍ଜିନ ଗାଡ଼ିକୁ ଆଗକୁ ନ ଟାଣି ଜୋରରେ ଯଦି ପଛକୁ ଠେଲେ! ମାଆକ୍ଷୀର ସବୁ ଦୁହିଁ ନ ନେବାକୁ ବାଛୁରି ତାଆର କରନ୍ତା ଅଳି, ଜାତି ଧରମକୁ ମନରୁ ପାସୋରି ସଭିଏଁ ଚଳନ୍ତେ ନ କରି କଳି; କେମିତି ହୁଅନ୍ତା ଏମିତି ହେଲେ, ବଳ ହଟିଗଲେ ବାପାମାଆଙ୍କର ପିଲାଏ ତାଙ୍କର ଯତନ ନେଲେ! ∎ ବି-୧୦/୧୪୫, କେନ୍ଦ୍ରୀୟ ବିହାର ପୋ:ତମାଣ୍ଡୋ, ଭୁବନେଶ୍ୱର-୨୮ ଫୋ:୯୮୬୮୮୦୫୯୯୬