ଜେଜେମାଆଙ୍କ ଚିଠି ଉମାକାନ୍ତ ବେହେରା ସେପ୍ଟେମ୍ବର: ୨୦୨୬ Canonical: https://sishu.kabitawithoutborders.org/shishu/article_details-22b38eca60.html ଜେଜେମାଆ ଦେଲେ ଗାଆଁରୁ ଚିଠି ଆସିବରେ ପିଲେ ହୋଇଲେ ଛୁଟି ଦେଖିବି ତମକୁ ହେଉଛିମନ ରହି ଚାଲିଯିବ ଦି, ଚାରିଦିନ ଯିବରେ ବୁଲି ଗାଆଁଟିଏ ଅଛି ଗଲକି ଭୁଲି? ଜେଜେ ଖୋଜୁଛନ୍ତି ବିକଳ ହୋଇ ପିଲାଗୁଡା ଟିକେ ଆସିଲେ ନାହିଁ ପୁନିଅଁ ପରବ କେତେଯେ ଗଲା ଘର ଖାଁ ଖାଁ ନାହାନ୍ତି ପିଲା ଖାଇବ କିଏ ଭଲ ମନ୍ଦ ଯଦି ତିଆରି ହୁଏ l ପହିଲି ଆଷାଢ଼ ରଜପରବ ଓଡ଼ିଆ ଜାତିର ବଡ଼ ଗରବ କେମିତି ଆସିଲା କେମିତିଗଲା ଗାଆଁରେ କେତେଟା ଦୋଳି ଝୁଲିଲା ଜାଣୁଛି କିଏ ଘରେ ବସି ବସି ସମୟ ଯାଏ l ସରସ୍ବତୀ ଆଉ ଗଣେଶ ପୂଜା ଦେଖୁଥାଉଁ ଗାଆଁ ପିଲାଙ୍କ ମଜା ଦିଶିଯାଉଥାଏ ତମରି ମୁହଁ ବହିଯାଉଥାଏ ଆଖିରୁ ଲୁହ ଫଟରେ ଅଛ ନୂଆ ପୋଷାକରେ ଭଲ ଲାଗୁଛ l ପଢୁଆଁ ଅଷ୍ଟମୀ ଏଣ୍ଡୁରି ପିଠା ପୁରଦିଆ ମଣ୍ଡା, ଆରିସା ମିଠା କାହିଁକି କରିବି ଖାଇବ କିଏ ଆମର କି ଆଉ ଦେହରେ ଯାଏ l ଆଚାର ଖାଇ, ନାତୁଣୀଟା ମୋର ଆସନ୍ତା ନାହିଁ? ବରକୋଳି ପାଚି ପଡିବ ଝଡି ବାଡ଼ିରେ କମଳା ଝୁଡିକୁ ଝୁଡି କଣ୍ଟା ବାଇଗଣ ସଜନା ଛୁଇଁ ଯେତେ ବାଣ୍ଟିଲେବି ସରୁଛି କାହିଁ ମାଆକୁ ନେଇ ଆସିବରେ ପିଲେ ରହିଲି ଚାହିଁ l ସହର ସୁବିଧା ଗାଆଁରେ ନାହିଁ ଗାଆଁ ସୁଖ ଦୁଃଖ ସହରେ କାହିଁ? ଭାବ ପୀରତିରେ ଗାଆଁଟି ଗଢ଼ା ଧନୀ ଗରିବଠୁ ମୁରୁଖ ପଢା ସଭିଏଁ ଏକ ମିଳିମିଶି ତାର ରଖିବା ଟେକ l ∎ ସ୍ବପ୍ନସ୍ମୃତି, ଶ୍ରୀହରିବିହାର, ଗହ୍ମାରିଆ କେଉଁଝରଗଡ ଫୋନ 9348516001