ଆମେ ଟିକି ସେନା ପ୍ରଭାତ ନଳିନୀ ସାହୁ ଜାନୁଆରୀ: 2026 Canonical: https://sishu.kabitawithoutborders.org/shishu/article_details-2288657265.html କୁଳୁକୁଳୁ ସୁରେ ଚାଲୁ ଆମେ ଟିକି ବନ ଝରଣା, ଆଗକୁ ମାଡି ଯିବୁ ରେ ସଦା ନହୋଇ ବାଟ ବଣା। ଚଳଚଞ୍ଚଳ ଆମରି ପାଦ ମାନୁନା କା`ର ମନା, ମାନୁନା କିଛି ବାଧା ବନ୍ଧନ ସରଳ ଆମେ ସିନା। ନୂତନ ଯୁଗ ଆମେ ଗଢିବୁ ଆମେ ବାନରସେନା, ସାଗରେ ବୁଡି, ଶଇଳେ ଚଢି ବାନ୍ଧିବୁ କୀର୍ତ୍ତି ବାନା। ଆସୁରେ ଝଡ,ଆସୁ ବତାସ କିଛି ଆମେ ଡରୁନା, ଛୋଟିଆ ଆମ ଜୀବନେ ଭରା ଅନେକ ସମ୍ଭାବନା। ଗାଇବୁ ଆମେ ଅଭୟ ଗୀତି ଗାଇବୁ ଶାନ୍ତି ଗାନା, ଧରମ ପଥେ ଚାଲିବୁ ସଦା କରମ କରି ଘେନା। ଦୂରେଇ ଦେବୁ ବଇରୀ ଆମ ମଥା ନୋଇଁବା ବିନା, ଦେଶର ଯଶ,ଟେକ ରଖିବୁ ଆମେରେ ଟିକି ସେନା। ∎ ପାଣ୍ଡବ ନଗର,ଭୁବନେଶ୍ବର,,,୧୮