ନାନାବାୟା ଗୀତ (ତାକ ଝୁଣଝୁଣ) ଧୀରେନ ମିଶ୍ର ମାର୍ଚ୍ଚ: ୨୦୨୫ Canonical: https://sishu.kabitawithoutborders.org/shishu/article_details-219707a7d5.html ତାକ ଝୁଣଝୁଣ ନାଚିବ ଆଈ ନାଚ ଦେଖିବାକୁ କୁକୁନି ବାଇ ସଅଳ ଖାଇଲା ରୁଟି । ଖାଇସାରି ମାମୁଁଘର ବାହାରିଲା ମାଆ ସଜାଡିଲେ ଚୁଟି । ନାଇଁରେ ନାଇଁ, କୁକୁନି ବାଇ ନାଚ ଦେଖିବାକୁ ଯାଆନି ଧାଇଁ ଭାଡିତଳେ ଅଛି ଭୁଆ । ହାତ ଭିଡିବ, କାନ ମୋଡିବ ଦେଖିଲେ ଛୋଟ ଛୁଆ । ମୁରୁକି ହସା, ଚୁଟିଆ ମୂଷା ମୁଣ୍ଡରେ ମାରିବ ସଳଖ ଭୁଷା, କିଏ ସମ୍ଭାଳିବ କହ ? ବିଲେଇ ନାନୀ ସଜେଇ କାନି ଶୋଇଛି, ଟିକିଏ ରହ । ତାକୁ ଦେଖି ପଡ ଶୋଇ ତେଲ ଜଡଜଡ ପାନିଆଁ ଦର୍ପଣ କବାଟ କଣରେ ଥୋଇ । ∎ ଶୁଶୁଡା,ଅନୁଗୋଳ ମୋ - 7978087891