ପାରବଣ ଋତୁ ଧ୍ରୁବ ଚରଣ ଘିବେଲା ନଭେମ୍ବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-2062751dd5.html ପାରବଣ ଋତୁ ପାଖେଇ ଆସୁଛି ଆସିବେ ଦୁରୁଗା ମାଆ ଗାଆଁ ସହରରେ ଜାକଜମକରେ ପୂଜା ପାଇବେଟି ମାଆ I ସଜେଇ ହେଲାଣି ପୂଜାମଣ୍ଡପରେ ଦୁରୁଗା ମାଆଙ୍କ ମେଢ଼ ପାର୍ଶ୍ୱ ଦେବାଦେବୀ ମଣ୍ଡପେ ବିରାଜି  ଜମାଣିଆ ସେଇ ମେଢ଼ I  ମୃଣ୍ମୟୀ ମୂରତି ଚାଲିଛି ପ୍ରସ୍ତୁତି (ପୂଜା)ମଣ୍ଡପର ଉହାଡ଼ରେ  ମହୀଷ ମର୍ଦ୍ଦିନୀ ତ୍ରିଶୁଳ ଧାରିଣୀ ପୂଜା ପାଇବେ ଦଶରାରେ I ଅଶିଣ ମାସରେ ଶୁକୁଳ ପକ୍ଷରେ ବିଜୟା ଦଶମୀ ଦିନ ଢୋଲବାଇଦରେଭେରୀତୂରୀନାଦେ କମ୍ପିବ ମେଦିନୀ ପୁଣ I ସିଂହବାହିନୀ ମା` ମର୍ତ୍ତ୍ୟକୁ ଆସନ୍ତି  ଧରାବତରଣ କରି ଦୁଷ୍ଟକୁ ସଂହାରି ସାଧୁ ସନ୍ଥ ପାଳି ଶୁଣିଥାନ୍ତି ମା` ଗୁହାରି I ମାଆଆସିବେ ବୋଲି ପଡୁଅଛି ହୁରି ଗାଆଁ ସହର ସବୁଠି ବରଷକୁ ଥରେ ମାଆ ଆସିଥାନ୍ତି ବିରାଜି ଏଇଠି ସେଠି I ମାଆଙ୍କ ଆଗମନ ପାଇଁ ବାଢ଼ିଥାଏ ଶରତ ମରତେ ଶୋଭା ଅଳିଆ ଅସନା ଯେତେ ଆବର୍ଜନା ନଥାଇକି ଜମେ ଆଭା I ବରଷାର ଭୟ ଶରତେ ନଥାଏ କାଶ ହସେ ଶରତରେ ଚାମର ପରାୟେ କାଶ ହଲୁଥାଏ ବାଟଘାଟ ସବୁଠାରେ I ମାଆଙ୍କ ସ୍ୱାଗତ ପାଇଁ କରି ବ୍ରତ କାଶ ଥାଏ ବାଟେଘାଟେ ଅନେଇରହେ ସେ ମା` ଆସିବା ବାଟ ଧବଳ ପାଟର ଥାଟେ I ଆନନ୍ଦ ଉଲ୍ଲାସ ଆଲୋକର ପର୍ବ ପାରବଣ ଦଶହରା ମେଲାଣି ନିଅନ୍ତି ଦର୍ଶନ ଦେଇକି ହରଷେ ସାରି ଯାତରା I ∎ ବଉଦରାଜ -762014, ଜି. ବୌଦ୍ଧ ମୋ.9437478466