ଗାଲୁରୁଗାଲୁ ଡକ୍ଟର ରାଜକିଶୋର ପାଢୀ ଏପ୍ରିଲ: ୨୦୨୪ Canonical: https://sishu.kabitawithoutborders.org/shishu/article_details-1e5088030d.html ଚୁଟିଆମୂଷା ଓଳିଆ କାଟି ଧାନ ନଉଟି ବୋହି ପୁଷିମାଉସୀ ଚୂଲୀ ମୁଣ୍ଡରେ ନିଦରେ ଗଲା ଶୋଇ । ଆମରି କୁନା ଶୋଇବ ତାକୁ ମାଡ଼ିଆସୁଚି ହାଇ ସରଗଶଶି କୁନା ଆଡ଼କୁ ରହିଚି ଦେଖ ଚାହିଁ । କୁନା କହିଲା : ଆସିବ ମାମୁ ଦେଖିବା ଯାତ ଯାଇ ମାମୁ କହିଲେ : ଶୋଇପଡ଼ ତୁ ଆଜି ମୋ ବେଳ ନାହିଁ । କାଲିଆଡ଼କୁ ଆସିବି ବାବୁ ସାଂଗରେ ଥିବ ମାଇଁ ପିଇଦେ ଆଉ ଟୋପିଏ କ୍ଷୀର ଦେଇଚି କାଳୀ ଗାଈ । ଶୋଇପଡ଼ିବ ଏଥର କୁନା ମାଡ଼ିଆସୁଚି ହାଇ ମୋ ଧନମାଳି ଗାଲୁରୁଗାଲୁ ଗୀତ ଦେଲାଣି ଗାଇ । ମାଆ କହିଲେ ଗପ ଗୋଟିଏ ନାଆଁ ତା ଟୁଆଁ ଟୁଇଁ ନିଦ ମାଉସୀ ଆଉଁଶି ଦେଲା କାଉଁରୀ କାଠି ଛୁଇଁ । ∎