ତିନି ରଙ୍ଗେ ମୋର ଦେହ ଟି ଗଢ଼ା ଅନନ୍ତ କୁମାର ସେନାପତି ଅଗଷ୍ଟ: ୨୦୨୫ Canonical: https://sishu.kabitawithoutborders.org/shishu/article_details-1e47d6bd18.html ଯେଉଁ ଦିନ ଠାରୁ ମୁକତି ମନ ରେ ଫର ଫର ହୋଇ ଉଡୁଛି, ମୋ ଦେଶ ମାଟିର କୋଟି କୋଟି ହୃଦେ ଶାନ୍ତି, ଏକତା ବଢୁଛି । ମୋ ଦେହ ଟି ଗଢ଼ା ତିନି ରଙ୍ଗେ ପରା ସବୁଜ, ନାରଙ୍ଗୀ, ଧବଳ, ସେ ତିନି ରଙ୍ଗରେ ଅଶୋକ ଚକ୍ର ଟି ରଖିଛି ମୋ ମନ ସବଳ । ମୋତେ ଧରି ହାତେ ସଂଗ୍ରାମୀ କେତେ ନିଜ ସୁଖ ଦେଲେ ବଳି ରେ, ଆଣିଲେ ବିଜୟ ପୁଣ୍ୟ ମାଟିର ନ ଡ଼ରି ବନ୍ଧୁକ ଗୁଳିରେ । ଭାରତ ମାଆର ମମତା ର ମୁଲ କାହିଁ ବା ଫିରିଙ୍ଗି ବୁଝିଲା , ସେ ଲାଗି ତାହାର ଗରବ, ଦମ୍ଭ ସବୁଦିନ ପାଇଁ ହଜିଲା । ଯେତେ ଯିଏ ପଛେ ଅଶୁଭ ମନାସୁ ଜୀବନେ କେବେ ମୁଁ ହାରେନି, ମୋ ପୁଣ୍ୟ ମାଟିର କୋଳେ ଯେ ଜନମ କାହା ଅମଙ୍ଗଳ କରେନି । ଉଡୁଛି ଉଡିବି ହରଷ ମନରେ ରଖିବି ମାଆର ସୁନାମ, ଅହିଂସା, ସତ୍ୟ ପଥରେ ପଥିକ ଜାତୀୟ ପତାକା ମୋହରି ନାମ । ∎ ବାଣ୍ଠୁପଡା, ରାଜଗାଙ୍ଗପୁର, ସୁନ୍ଦରଗଡ଼ ଫୋନ 7008304225