ନୂଆ ଵରଷ ଡକ୍ଟର ସୁନାମଣି ରାଉତ ଜାନୁୟାରୀ: ୨୦୨୫ Canonical: https://sishu.kabitawithoutborders.org/shishu/article_details-1df7d23fcd.html ନୂଆ ଵରଷ ହେ ନୂଆ ଵରଷ ଆସୁଅଛ ତମେ ଫି ଵରଷ ଏଇ ଜାନୁଆରୀ ମାସେ, ଗାଆଁ ଠୁଁ ସହର ମହକି ଯାଉଛି ଖୁସି ଆନନ୍ଦର ବାସେ ।। ତମ ପାଇଁ ମନେ ନୂଆ ପୁଲକ ଉଛୁଳି ଉଠୁଛି ସାରା ପୁଲକ ଚାଲେ ଭୋଜି ନାଚ ଗୀତ, ବାଣ ନିଶାଣରେ ଦୁଲୁକଇ ଛାଡି ସ୍ଵାଗତ ହେ ନୂଆ ମିତ।। ଧନୀ ଲୋକ ପାଇଁ ତମେ ବଢିଆ କି ସୁଖ ପାଆନ୍ତି ଦୁଃଖୀ ମଢିଆ ପତାଇ ଥାଆନ୍ତି ହାତ, ନୂଆସକାଳରେ ଖୋଜୁଥାନ୍ତିଆହା ପଟେ ରୁଟି ମୁଠେ ଭାତ ।। ଆସ ମୋର ଭାଇ ଆସ ଭଉଣୀ ଆଦରେ ଭରିକି ମନ-ଗଉଣି ଦୁଃଖୀ ମଣିଷକୁ ଅନା, ଏନୂଆ ଵରଷେ ଆଣିଦେଵା ଆମେ / ତାଙ୍କ ପାଇଁ ଦାନା କନା ।। ∎ ରାଜାଵଗିଚା,କଟକ-୯