ବେଙ୍ଗୁଲି ନାନୀର ପକୁଡି ଛଣା ବୀରେନ୍ଦ୍ର ମହାନ୍ତି ଅକ୍ଟୋବର: ୨୦୨୪ Canonical: https://sishu.kabitawithoutborders.org/shishu/article_details-1da0e59e04.html ବେଙ୍ଗୁଲି ନାନୀ ବସିଛି ଚାହିଁ ବେଙ୍ଗ ନନାର ବାଟ ବେଙ୍ଗ ନାନାଟି ଯାଇଛି ତୋଟା ଆଣିବ ଜାଳ କାଠ। ରଖିଛି ତେଲ, ଅଦା ପିଆଜ ବେସନ ଲଙ୍କା ପାଣି ବସିଛି ଚାହିଁ ଜାଳ ଆସିଲେ ପକୁଡି ଦେବ ଛାଣି। ଜାଳକୁ ଧରି ବେଙ୍ଗ ନାନାଟି ଆସିଲା ହଲିହଲି ବେଙ୍ଗୁଲି ନାନୀ ତରତରରେ ଲଗାଇ ଦେଲା ଚୁଲି। ପୁଅ ପୁତୁରା ନାତି ନାତୁଣୀ ଭଉଣୀ ଆଉ ଭାଇ ପକୁଡି ଛଣା ଦେଖିବା ପାଇଁ ଆସିଲେ ଧାଇଁ ଧାଇଁ। ତେଲ କଡେଇ ଚୂଲି ରେ ରଖି ବେସନ ଦେଲା ଗୋଳି ପକୁଡି ଛଣା ଦେଖିବା ପାଇଁ ନାଚିଲେ ହଳି ହଳି। ବେସନ ପଡି ତେଲ କଡେଇ ଫୁଟିଲା ଟକ୍ ଟାକ୍ ପକୁଡି ଛଣା ଦେଖିବା ପାଇଁ ଡେଇଁ ଲେ ଖପ୍ ଖାପ୍। ∎ ଫୋନ - ୯୮୧୭୪୬୦୦୪୮