ମୁନୀ ପାଇଁ ନାନାବାୟା ଗୀତ ହରିପ୍ରିୟା ପଟ୍ଟନାୟକ ଜାନୁଆରୀ: 2026 Canonical: https://sishu.kabitawithoutborders.org/shishu/article_details-1cad58a5e0.html ଗରମ ଚକୁଳି ପିଠା ତରକାରୀଟା ଖଟା। ଖଟା ଖାଇଗଲା ମଝିଆ ବୋହୂ ମଝିଆ ବୋହୂର ନେଳିଆ ଲାଉ। ଲାଉର ମଝିରେ କଣା ଘନମାମୁ ବାଟ ବଣା। ବଣାରେ ପଶିଛି ଗୁଡ଼ କନ୍ଥା ପାଇଁ ଲୁଗା ଯୋଡ ଜୋରରେ ଖସିଲା ଭାଲୁ ଚେଙ୍ଗ ଧରାହେଲା ଖାଲୁ। ଖାଳିଆ ରେ ମାଛ କରାଣ୍ଡି ଧରିଛି ନୋଳିଆ ଦରାଣ୍ଡି। ଦରାଣ୍ଡି ଚାଲଇ ଗୋଷମା ବାପା ଆଣିଦେଲେ ଚଷମା ଚଷମା କାଚଟା ଭାଙ୍ଗିଲା ମୁନୀ ପାଇଁ ଗୀତ ସରିଲା। ∎