ଵିଦ୍ୟା ବୃନ୍ଦାବନ କୁମ୍ଭାର ଫେବୃଆରୀ: ୨୦୨୫ Canonical: https://sishu.kabitawithoutborders.org/shishu/article_details-1c99857474.html ଵିଦ୍ୟାପରି ଧନ ନାହିଁ ସଂସାରେ ସେଧନ ଅର୍ଜନ କର ହୋ ନରେ। ଜ୍ଞାନ ଦୀପ ଜାଳି କର ଆଲୋକ ଜୀବନେ ତୁମର ବଢିବ ଟେକ। କେତେ ଋଷି ମୁନି କରିଣ ତପ ନିଜେ ଜଳି ଜଳି ଜାଳି ଲେ ଦୀପ। ଅନ୍ଧାରୁ ଆଲୋକ ଦେଲେ ଯେ କରି ଆଲୋକ ରେ ଜ୍ଞାନ ହେଲା ସବୁରି। ସେପଥେ ଚାଲ ଆହେ ଶିଶୁ ଗଣ ଜ୍ଞାନ ଅର୍ଜନ ରେ ସମର୍ପି ପ୍ରାଣ। ସାମଗ୍ରିକ ବିକାଶ ଶିକ୍ଷା ଅଟେ ଜାଣିଲେ ଜିଣିବା ଅଳସ ତୁଟେ। ଅତିତର ଶିକ୍ଷା ଥିଲା ସୁଦୃଢ ବୁଦ୍ଧ ଗାନ୍ଧୀ ଚାଣକ୍ୟ ଥିଲେ ବଡ। ∎ ତଣ୍ଟି ପଡା, ଟିଟିଲାଗଡ଼ ବଲାଙ୍ଗିର।