କାଳିଆର ରଥଯାତ ଜୟକୃଷ୍ଣ ସାହୁ ଜୁଲାଇ: ୨୦୨୫ Canonical: https://sishu.kabitawithoutborders.org/shishu/article_details-1ab405d302.html ପୁରୀ ସହର ଭାରି ସୁନ୍ଦର ଯା`ର ତୁଳନା ନାହିଁ ତାହାର ପାଦ ଧୁଏ ସାଗର ନିରତେ ଗୀତ ଗାଇ। ଜଗାକାଳିଆ ନୀଳାଚଳିଆ ନୀଳକନ୍ଦରେ ଵସି ଵଡ଼ ଦେଉଳେ ଵାଣ୍ଟେ ଆଶିଷ ରଙ୍ଗ ଅଧରେ ହସି। କହନ୍ତି ଲୋକେ ମରତପୁରେ "ମର୍ତ୍ତ୍ୟଵୈକୁଣ୍ଠ" ପୁରୀ ଵଇକୁଣ୍ଠର ସୁଖ ସରାଗ ରହିଛି ତହିଁ ଭରି। ସାଆନ୍ତେ ମୋର ଭାରି ସୁନ୍ଦର ସୁନ୍ଦର ତାଙ୍କ ଆଖି ସେ ଚକା ଆଖି ଦେଖିଲେ ଥରେ ଯାଏରେ ଆଖି ଲାଖି। ଏମିତି ଦିଅଁ ନାହିଁରେ ନାହିଁ ଜଗତେ କାହିଁ ନାହିଁ କୋଟି ଭକତ ଆସନ୍ତି ଧାଇଁ ତାଙ୍କୁ ଦେଖିବା ପାଇଁ। ଛପନ ଭୋଗ ମଣୋହୀ ହେଲେ ଦିନଟି ତାଙ୍କ ସରେ ନିଇତି ଗୀତଗୋବିନ୍ଦ ଶୁଣି ଆଖିରେ ନିଦ ଭରେ। ବାର ମାସରେ ତେର ପରଵ ପାଳନ ଏଠି ହୁଏ ସଵୁଠୁ ଵଡ଼ ରଥଯାତରା ସାରା ଜଗତ କହେ। ∎ କପିଳ ପ୍ରସାଦ, ଭୁବନେଶ୍ୱର-୨ ମୋ-୯୯୩୭୦୯୨୩୯୭.