ମେଘ ରେ ମେଘ ଦିଲ୍ଲୀପ କୁମାର ସାହୁ ଅଗଷ୍ଟ: ୨୦୨୫ Canonical: https://sishu.kabitawithoutborders.org/shishu/article_details-18fdc1efbf.html ବିଜୁଳି ଚମକେ ଘଡଘଡି ଡାକେ ଥରାଇ ଆକାଶ ଛାତି ଗିରିଷମ ଶେଷେ ମେଘ ଯେବେ ଆସେ ହସଇ ଶୁଖିଲା ମାଟି । ମେଘକୁ ତ ଦେଖି ନାଚଇ ମୟୂର ପୁଛ ତାର ମେଲିଦେଇ ନଦେଖିଲା ଆଖି ରହିଯାଏ ଲାଖି ମନନିଏ ସେତ ମୋହି । ନିର୍ମଳ ଆକାଶ ଧୂସର ପାଲଟେ ମେଘରଙ୍ଗି ପାଟ ନାଇ ଭିଜାମାଟି ବାସେ ବିଲବାଡି ହସେ ବରଷା ପରଶ ପାଇ । ମେଘ ଆସୁ ଆସୁ ସୁଲୁସୁଲୁ ବାଆ ଶୀତଳ ପରଶ ଦିଏ ମେଘ ଆସୁଅଛି ବରଷା କୁ ନେଇ ମଧୁର ମଧୁରେ କହେ । ଚାଷୀ କାନେକାନେ ମେଘ ରାଜା କହେ ଆସିଛି ବରଷା ନେଇ ଚାଷ ତରତର ବଣିଜ ତ ମଠ କଥାଟି ଭୁଲିବ ନାହିଁ । ଭଲ ମେଘ ହେଲେ ଭଲ ଚାଷ ହୁଏ ଅମଳ ମିଳଇ ଭଲ ବାଟ ଭୁଲିଗଲେ ବଉଦ ବରଷା ଚାଷୀ ହୁଏ କଲବଲ । ∎