ଆସିଛି ଆଜି ହୋଲି ହଂସନାଥ ମୁଦୁଲି ଫେବୃଆରୀ : ୨୦୨୬ Canonical: https://sishu.kabitawithoutborders.org/shishu/article_details-18d37d38c7.html ହୋଲି ଆସିଛି ହୋଲି ଆସିଛି ଆସିଛି ଆଜି ହୋଲି। ହସ ଆଣିଛି ଖୁସି ଆଣିଛି ଆଣିଛି ରଙ୍ଗ ଡୋଲି। (0) ଏଇ ଦୁନିଆ କରେ ଛାନିଆ ଜୀବନ ଲାଗେ ହିନିମାନିଆ କାହିଁକିନା ସବୁଠି କାମ ନାହିଁ ବିଶ୍ରାମ ହୁଏନା ଟିକେ ହଲି ସେ ଯାତନାରୁ ମୁକତି ପାଇଁ କା ମନ ଗଲା ଚହଲି ଦେଖ ତ ଭାଇ ଫଗୁଣ ଆସି ରଙ୍ଗ ତ ଦେଲା ବୋଳି ଆସିଛି ଆଜି ହୋଲି। (1) ଗଛ ପତ୍ରରେ ସବୁଜ ରଙ୍ଗ ଫୁଲ ସତେ କି ଖାଇଛି ଭାଙ୍ଗ କାହିଁକିନା ନାଚୁଛି ସିଏ ଥେଇକି ଥେଇ ନଡରି ମଧୁପରେ ସବୁ ଯାତନା ଯାଏ ବା ଭୁଲି ଆଜି ଏ ଅବସରେ ଦେଖ ତ ଭାଇ କୋଇଲି ଆସି ସୁର ତ ଦିଏ ଢାଳି ଆସିଛି ଆଜି ହୋଲି। (2) ∎ ଖଣ୍ଡଗିରି (ଡୁମଡୁମା-କ) ଭୁବନେଶ୍ବର-751030 ମୋ – 9777958719