ଦେଖରେ ଦେଖ ବୀରେନ୍ଦ୍ର ମହାନ୍ତି ମାର୍ଚ୍ଚ: ୨୦୨୫ Canonical: https://sishu.kabitawithoutborders.org/shishu/article_details-18a0f89537.html ଦେଖରେ ଦେଖ ଅଣ୍ଡାରୁ ବାହାରି ଲାଞକୁ ହଲାଇ ପାଣିରେ ଖେଳୁଛି ଫଅକ ଫକ। ଲାଞ ଥିବା ଯାଏ ପାଣିରେ ଥାଏ ପାଣିରେ ଶୁଏ ଲାଞ କଟିଗଲେ ଉପରକୁ ଉଠି ମାଟିରେ ଡିଏଁ କହିଲ କିଏ? ୨ ଘଡଘଡି ସାଥେ ଚଡଚଡିରେ ବରଷା ବତାସି ବେଳେ ଚିକିମିକି ହୋଇ ହସୁରେ ଆମେ ରହିଥାଉ ସାଥି ମେଳେ। ଡାଳ ନାହିଁ ଆମ ପତର ନାହିଁ ମୁଣ୍ଡ ରେ ଫଟାଉ ମାଟି ଉଇ ହୁଙ୍କା ଆଉ ପାଳ ଗଦାରେ ଫୁଟି ଥାଉ ଜାତି ଜାତି। ଆଜିକ ପାଇଁ କି ଫୁଟୁରେ ଆମେ ମଉଳି ପଡିବୁ କାଲି ଅଳସୁଆ ପଣେ ଆଜିର କାମକୁ ନଦିଅ କାଲିକି ଟାଳି। ∎ ନୀଳଚକ୍ର ନଗର, ଅଠରନଳା ପୁରୀ-୨ ୮୯୧୭୪୬୦୦୪୮