ରିମ୍ ଝିମ୍ ଗୀତଗାଇ ପ୍ରଶାନ୍ତ କୁମାର ଦାଶ ସେପ୍ଟେମ୍ବର: ୨୦୨୬ Canonical: https://sishu.kabitawithoutborders.org/shishu/article_details-178dac6c0a.html ରିମ୍ ଝିମ୍ ଗୀତଗାଇ ଖସିପଡେ ବରଷା ଚାଷପାଇଁ ଚାଷୀଭାଇ ପାଇଯାଏ ଭରସା || କଅଁଳଇ ଗଛଡାଳେ ଶୁଖିଥିବା ପତର ଦୂରେ ବହୁଦୂରେ ଛୁଟେ ତାର ବାସ ଅତର || ଘାସର ଗାଲିଚା ପରେ ସାଧବାଣୀ ବୋହୂଟି ରାସ ରଚେ ଓଠୁ ଢାଳି ମିଠା ହସ ମହୁଟି || ଝିପି ଝିପି ବରଷାରେ ପାହିଯାଏ ରାତିଟା ଘଡଘଡି ଡାକଦେଲେ ଥରିଯାଏ ଛାତିଟା || ହଜାଇଲା ଚାଷୀ ଦୁଃଖ ବରଷାଟି ଆସିରେ ପାଣିସୁଏ କାଗଜର ଡଙ୍ଗାଗଲା ଭାସିରେ || ଆଷାଢ଼ ଶ୍ରାବଣ ଦୁଇ ବରଷାର ଋତୁଟି ବୋଉ ତୋଳି ଆଣେ ଯାଇ ହୁଙ୍କା ମୂଳୁ ଛତୁଟି || ଵରଷା ଵରଷି ଦିଏ ନଈ ଛାତି ପୂରଇ ବରଷାକୁ ଦେଖି ଦୁଃଖୀ ଲୋକ ମଥା ଘୁରଇ || ∎ କୁଞ୍ଜର -ସଙ୍ଗଳାଇ ପିପିଲି -ପୁରୀ ମୋବାଇଲ -୯୬୬୮୮୨୨୧୯୦