ସାଙ୍ଗ ହେବତ ଏମିତି ହରିପ୍ରିୟା ପଟ୍ଟନାୟକ ଏପ୍ରିଲ: ୨୦୨୬ Canonical: https://sishu.kabitawithoutborders.org/shishu/article_details-1780a51b68.html ଗୋଟିଏ ଘଞ୍ଚ ଜଙ୍ଗଲରେ ଦନ୍ତାହାତୀଟିଏ ଦଳରୁ ଅଲଗା ହୋଇ ରହୁଥାଏ। ଜଙ୍ଗଲରେ ଖାଇବାକୁ ପ୍ରଚୁର ମିଳୁଥିଲା। କିନ୍ତୁ ତା` ମନରେ ସୁଖ ନଥାଏ। ସାଥୀଟିଏ ଥିଲେ ସିନା ମନର ସୁଖ ଦୁଃଖ ବାଣ୍ଟନ୍ତା । ଏକୁଟିଆଟା କଅଣ କରିବ। ଦିନେ ହାତୀଟି ଡାଳପତ୍ର ଖାଇବା ପାଇଁ ଗୋଟିଏ ଗଛ ଆଡ଼କୁ ଶୁଣ୍ଢ ବଢେଇବା ବେଳେ ଦେଖିଲା ହନୁମାଙ୍କଡଟିଏ ଗଛ ଡାଳରେ ବସିଛି।ସେ ମଧ୍ୟ ଏକୁଟିଆ।ତା ପାଖରେ କେହି ସାଙ୍ଗସାଥୀ ନାହାଁନ୍ତି। ମାଙ୍କଡ଼ଟିକୁ ନିଜର ସାଙ୍ଗ କରିବ ବୋଲି ମନକରି ହାତୀ ତା` ଥୋଡ ପାହାଡ଼କୁ ଟେକି ତାକୁ କହିଲା "ମାଙ୍କଡ଼ ଭାଇ, ତମେ ମୋ ପିଠିରେ ବସ।ଆମେ ସାଙ୍ଗ ହେଇ ବୁଲିବା। ଯେଉଁଠାରେ ଭଲଭଲ ଫଳ ମିଳିବ, ସାଙ୍ଗହେଇ ଖାଇବା। ମାଙ୍କଡ଼ ଦେଖିଲା ହାତୀ ପରି ଜୀବଟିଏ ତାକୁ ଡାକୁଛି ପିଠିରେ ବସିବାକୁ।ଏ ମଉକା ସେ ଛାଡ଼ିବ କାହିଁକି। ମାଙ୍କଡ଼ ଧୀରେଧୀରେ ତଳ ଡ଼ାଳ ଆଡ଼କୁ ଖସିଲା।ଆଗ ଗୋଡ଼ ଦୁଇଟି ଯୋଡ଼ି ହାତୀକୁ ନମସ୍କାର କଲା।ହାତୀ ତା` ଶୁଣ୍ଢରେ ମାଙ୍କଡ଼କୁ ଆଦରରେ ଆଣି ତା` ପିଠିରେ ବସେଇଲା। ମାଙ୍କଡ଼ ପଚାରିଲା "ହାତୀ ଭାଇ,ତୁମେ ଗୋଠଛଡ଼ା ହେଇ ଏମିତି ଏକୁଟିଆ ବୁଲୁଛ କାହିଁକି?"ହାତୀଟି ମନଦୁଃଖରେ କହିଲା--- କ୍ରମଶଃ ∎