ମୁଁ ପ୍ରକୃତିର ଫୁଲଟିଏ ହଂସନାଥ ମୁଦୁଲି ଅକ୍ଟୋବର: ୨୦୨୪ Canonical: https://sishu.kabitawithoutborders.org/shishu/article_details-15807c7ef4.html ମୁଁ ପ୍ରକୃତିର ଫୁଲଟିଏ ସୁନ୍ଦରପଣରେ ହସୁଥାଏ ସୁନ୍ଦରପଣରୁ ଆହୁରି ସୁନ୍ଦର ବାସନାରେ ମନ ମୋହିନିଏ। (୦) ମୁଁ ପ୍ରକୃତିର ଫୁଲଟିଏ ନାନା ରଙ୍ଗେ ମୁହିଁ ଶୋଭାପାଏ ରଙ୍ଗ ଚମକରୁ ଆହୁରି ଚମକ କୋମଳତା ମୋର ବାଣ୍ଟୁଥାଏ। (୧) ମୁଁ ପ୍ରକୃତିର ଫୁଲଟିଏ କେତେ ମିଠା ମହୁ ରଖିଥାଏ ମିଠାରୁ ମଧୁର ଭାବନାରରେ ମୋର ସଭିଙ୍କୁ ନିଜର କରିଦିଏ। (୨) ମୁଁ ପ୍ରକୃତିର ଫୁଲଟିଏ ଫଗୁଣ ଦୋଳିରେ ନାଚୁଥାଏ ନାଚରୁ ସୁନ୍ଦର ଜୀବନଟା ମୋର ସଭିଙ୍କୁ ଆପଣା ଭାବିନିଏ। (୩) ∎ ଖଣ୍ଡଗିରି ( ଡୁମଡୁମା - କ) ଭୁବନେଶ୍ୱର - ୭୫୧୦୩୦ ମୋ - ୯୭୭୭୯୬୮୭୧୯