ଥାଆନ୍ତା ଯଦି ମନୋରମା ମିଶ୍ର ଡିସେମ୍ବର: ୨୦୨୪ Canonical: https://sishu.kabitawithoutborders.org/shishu/article_details-15389231b4.html ଘର ପରିକା ଡବାଟେ ଥିଲେ ସବୁ ସେଥିରେ ରଖନ୍ତି, ଆକାଶ ପରି ଆଖି ମୋ ଥିଲେ ସାରା ଦୁନିଆଁ ଦେଖନ୍ତି । ଅଗଣା ପରି ଖଟଟେ ଥିଲେ ଗଡି ଗଡି ମୁଁ ଶୁଅନ୍ତି, ପୋଖରୀ ପରି କୁଣ୍ଡଟେ ଥିଲେ ଯାହା ପାରନ୍ତି ଧୁଅନ୍ତି। ଘର ଆଗରେ ବାରଣ୍ଡା ଆମ ଦାଣ୍ଡ ପରିକା ହୁଅନ୍ତା, ଖରା ବରଷା ପଡୁ ଥାଆନ୍ତା ଜହ୍ନ ଆଲୁଅ ଛୁଅଁନ୍ତା। ଘରେ ନରହି ବୁଲୁ ଥାଆନ୍ତି ସାଙ୍ଗସାଥିଙ୍କ ମେଳରେ, ମନ ମଉଜେ ସମୟ ଖାଲି କାଟୁଥାଆନ୍ତି ଖେଳରେ। ଫି` ବରଷ ପରୀକ୍ଷା ଦେଇ କ୍ଲାସ୍ ଉଠିଯାଅନ୍ତି, ଗାଳି ନଖାଇ ସଭିଙ୍କଠାରୁ ଆଦର ଖାଲି ପାଆନ୍ତି। ବାପା ଆମର ହୋଇଯାଆନ୍ତେ ଜଗତନାଥ ଯେପରି, ଦେଖନ୍ତେ ସବୁ ନକହି କିଛି ବଡପଣରେ ସେପରି। ଦେବୀଙ୍କ ପରି ମାଆ ଆମର ଥାଆନ୍ତେ ସଦା ଆଗରେ, ଯେଉଁଠିଯାହା କରିଲେ ଦୋଷ ସାହା ହୁଅନ୍ତେ ବାଗରେ। ∎ ନୀଳାଦ୍ରି ବିହାର ଭୁବନେଶ୍ୱର