ଶୀତ ସକାଳ ଭାରି ହେମାଳ ଶରତ କୁମାରୀ ସ୍ଵାଇଁ ମାର୍ଚ୍ଚ: ୨୦୨୬ Canonical: https://sishu.kabitawithoutborders.org/shishu/article_details-13ef5b867f.html ପରଜାପତି ଟା ଉଡି ଉଡିକା - ଉଡ଼ି ଉଡ଼ି କା ଡେଣା ଦୁଇଟାକୁ ଝାଡି ଝାଡିକା - ଝାଡି ଝାଡିକା ଫୁଲରେ ଵୁଲି ପବନେ ଝୁଲି ମିଠା ମହୁ ସବୁ ପିଇତ ଯାଉଛି ଟିକି ଶୁଣ୍ଢେ ତାର କାଢି କାଢିକା - କାଢି କାଢିକା।୧। ବଉଦ ଯାଉଛି ଭାସି ଭାସିକା - ଭାସି ଭାସିକା ନାଲିଆ ସୂରୁଯ ହସି ହସିକା - ହସି ହସିକା ଆକାଶ ଦେଶେ ବଢ଼ିଆ ଦିଶେ ସୁନେଲି ଖରାରେ ରଙ୍ଗ ବେରଙ୍ଗର ଫୁଲ ଫୁଟୁଥାନ୍ତି ଵାସି ବାସିକା ବାସି ଵାସିକା।୧ । ଧୂଆଁ ଛାଡି ଗାଡି ଗଡି ଗଡିକା - ଗଡି ଗଡିକା ଆଗକୁ ଯାଉଛି ମାଡି ମାଡିକା - ମାଡି ମାଡିକା ପଵନେ ଵିଷ ନେଲେ ନିଶ୍ଵାସ ଭଲ ମଣିଷ ଟା ରୋଗଣା ହେଉଛି ଜୀଵନ ଯାଉଛି ଛାଡି ଛାଡିକା - ଛାଡି ଛାଡିକା।୩ । ନାକ ସୁଡୁ ସୁଡୁ ଛିଙ୍କି ଛିଙ୍କିକା - ଛିଙ୍କି ଛିଙ୍କିକା ନାଲି ବେଲୁନ୍ କୁ ଫୁଙ୍କି ଫୁଙ୍କିକା - ଫୁଙ୍କି ଫୁଙ୍କିକା ଶୀତ ସକାଳ ଭାରି ହେମାଳ ଖୁଜୁବୁଜି ଝିଅ ଧାଇଁ ବୁଲୁ ଥାଏ ଗରମ ପୋଷାକ ଢାଙ୍କି ଢାଙ୍କିକା - ଢାଙ୍କି ଢାଙ୍କିକା।୪ । ∎ ଫୋନ୍ -୯୯୩୭୫୯୨୭୩୯