ଆ ରେ ବରଷା ଆ ଧନଞ୍ଜୟ ସ୍ୱାଇଁ ଅଗଷ୍ଟ: ୨୦୨୬ Canonical: https://sishu.kabitawithoutborders.org/shishu/article_details-13bdc17a3f.html ଆ ବରଷା ଆ କୁନା ସାଥିରେ କାଗଜ ଡଙ୍ଗା ଭସେଇ ଦେଇ ଯା!!’। କୂଅରେ ପାଣିନାହିଁ ତ ଆଉ, ପାଣି କାଢ଼ିବ କେଉଁଠୁ ବୋଉ କୂଅରେ ପାଣି ଭରି ଦେଇ ତୁ ଯା ଆ ବରଷା ଆ!! ’। ପାହାଡ, ବିଲ, ପଡିଆ, ଦଣ୍ଡା ଧୂସର ଏବେ ଦିଶୁଛି ନଣ୍ଡା ଫୁଲ, ଫଳରେ ହସେଇ ଦେଇ ଯା ଆ ବରଷା ଆ’। ଟାଙ୍ଗରା ଏବେ ଦିଶୁଛି କ୍ଷେତ ତା ଧାରେ ନଈ ଗାଉନି ଗୀତ କ୍ଷେତ ଆସି ତୁ ଚଷେଇ ଦେଇ ଯା ଆ ବରଷା ଆ ’। ଧରାରେ ଯେତେ ଜୀବ ଜଗତ ତୋ ବିନା ସବୁ କି ହନ୍ତସନ୍ତ ସଭିଙ୍କୁ ଆସି ଭିଜେଇ ଦେଇ ଯା ଆ ବରଷା ଆ!! ’। ∎ ଫୋନ- 9437000636