ଵେଙ୍ଗୁଲୀ ବାହାଘର ସୁଵାସିନୀ ଧଳ ଅଗଷ୍ଟ: ୨୦୨୬ Canonical: https://sishu.kabitawithoutborders.org/shishu/article_details-13107aa7f9.html ଵେଙ୍ଗୁଲୀ ନାନୀ ଲୋ ବେଙ୍ଗୁଲୀ ନାନୀ ସାରୁ ଵୁଦା ମୂଳେ ଲୁଚି ଗଲୁଣି । ସାରୁ ପତରର ଓଢଣୀ ଦେଇ ଲାଜରେ ବସିଛୁ କନିଆଁ ହୋଇ । ଵେଙ୍ଗ ରଜା ଆସେ ବରଵେଶରେ ଵାହା ହୋଇଯିଵୁ ଦୂର ଦେଶରେ। ଵର ତ ଆସୁଛି ନିଶ ଫୁଲେଇ ଧୁ ଧୁ ଖରା ଧୂଳି ଉଡ଼େଇ । ରୋଷଣୀ ନାହିଁକି ବାଇଦ ନାହିଁ ଘଡ଼ଘଡ଼ି ଡାକ ଶୁଭୁ ତ ନାହିଁ। ଝରିପୋକ ହୋଇ ବର ଯାତିରି ଆସିଥିଲେ ଖାଇ ଥାଆନ୍ତେ ଖିରି। ଦିକି ଦିକି ଜାଳି ଜୁଳୁଜୁଳିଆ ଜାଳି ଦେଇଥାନ୍ତେ ରୋଷଣୀ ପରା। ସଵାରୀ ନାହିଁକି ପାଲିଙ୍କି ନାହିଁ ନଈରେ ତ ପାଣି ଟୋପିଏ ନାହିଁ । ଆଲୋ ବେଙ୍ଗୁଲୀ ଵେଦିକୁ ଆ ଵାହା ଵେଳ ପରା ହେଲାଣି ଆ। ହୁଳହୁଳି ଦିଅ ଦେଖଣା ହାରୀ ଖାଆରେ ସରଵେ କାକରା ପୁରି। ଵେଙ୍ଗ ବେଙ୍ଗୁଲି ର ସରିଲା ବାହା ପେଡିକି ସଜାଇ ରଖିଛି ମାଆ। କେମିତି ଯିଵମୋ ବେଙ୍ଗୁଲି ରାଣୀ ଓଳିମୂଳୁ ଶୁଖି ଗଲାଣି ପାଣି। କୁନା ମୁନା ଧରି କାଗଜ ଡଙ୍ଗା ହତାଶରେ ଆଖି କଲେଣି ରଙ୍ଗା ଵିଜୁଳି ନାହିଁକି ଵରଷା ନାହିଁ ଆକାଶରେ କଳା ବଉଦ ନାହିଁ। ବେଙ୍ଗୁଲି ମଥାରେ ସିନ୍ଦୂର ଟୋପା ଵେଙ୍ଗ ରଜା ମାଥେ ଚନ୍ଦନ ଟିପା ଶଳା ଶାଳୀ ମିଳି ଵରକନ୍ୟାକୁ ଧିନାଧିନ କରି ନଚାନ୍ତି ତାଙ୍କୁ। ଚାହୁଁ ଚାହୁଁ ଝରିଗଲା ବରଷା କୁନା ମୁନା ମୁଖେ ଫୁଟିଲା ଆଶା କାଗଜ ଡଙ୍ଗାରେ ଵରକନିଆ ଗଢିବାକୁ ଗଲେ ନୂଆ ଦୁନିଆ। ∎ ଭୁବନେଶ୍ଵର ମୋ- ୯୮୬୧୩୨୯୮୮୪